ସାଲୁଜାଙ୍କ ବିସ୍ଫୋରକ ବୟାନ, ହତ୍ୟା ପୂର୍ବରୁ ନବ ଦାସଙ୍କୁ କୋଲ୍‌‌ ବ୍ଲକରୁ ଦୂରେଇ ରହିବାକୁ କୁହାଯାଇଥିଲା

add-all

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକୁ ନେଇ କଂଗ୍ରେସର ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା ବିସ୍ଫୋରକ ବୟାନ ଦେଇଛନ୍ତି। ଶ୍ରୀ ସାଲୁଜା କହିଛନ୍ତି ଯେ ହତ୍ୟା ପୂର୍ବରୁ ସ୍ୱର୍ଗତ ନବ ଦାସଙ୍କୁ କୋଲ୍‌‌ ବ୍ଲକରୁ ଦୂରେଇ ରହିବାକୁ କୁହାଯାଇଥିଲା। ସେତେବେଳର ଏସପି ଓ ଜିଲାପାଳ ଦୂରୋଇ ରହିବାକୁ ତାଙ୍କୁ କହିଥିଲେ। ତେବେ ସେମାନଙ୍କୁ କିଏ ଚାପ ପକାଇଥିଲା ସେମାନେ ଦୁଇ ଜଣ ହିଁ କହିପାରିବେ। ସ୍ୱର୍ଗତ ନବ ଦାସଙ୍କ ହତ୍ୟା ଷଡ଼ଯନ୍ତ୍ର ପଛରେ କିଏ ରହିଛି ତାହା ସିବିଆଇ ତଦନ୍ତ ହେଲେ ସେହି ଦୁଇ ଅଫିସର କହିପାରିବେ। ସେତେବେଳ ମୁଁ ବିଧାନସଭାରେ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲି। ଏବେ ବି ମୁଁ ସିବିଆଇ ତଦନ୍ତ ହେଲେ ଷଡ଼ଯନ୍ତ୍ର ପଦାକୁ ଆସିପାରିବ କହୁଛି। ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୋପାଳ ହତ୍ୟା କରିଥିଲା ନା ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିଲା ତାହା ସିବିଆଇ ତଦନ୍ତରୁ ଜଣାପଡ଼ିବ ବୋଲି ଶ୍ରୀ ସାଲୁଜା ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.