ଯୋଗୀ ଆଦିତ୍ୟନାଥଙ୍କୁ ସୁଧା ମୂର୍ତ୍ତିଙ୍କ ଭୁରିଭୁରି ପ୍ରଶଂସା 

add-all

ଲକ୍ଷ୍ନୌ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳା ଦେଶ ତଥା ଦେଶ ବାହାରେ ଚର୍ଚ୍ଚାରେ ରହିଛି। ଏହି ମହାକୁମ୍ଭରେ ସାମିଲ ହୋଇ ବୁଡ଼ ପକାଇବା ପାଇଁ ଦେଶ ଓ ବିଦେଶର କୋଣ-ଅନୁକୋଣରୁ ସାଧୁ ଓ ସନ୍ଥଙ୍କ ସମେତ ସାଧାରଣ ଲୋକେ ଆସି ପହଞ୍ଚୁଛନ୍ତି।
ନିକଟରେ ରାଜ୍ୟ ସଭା ସାଂସଦ ତଥା ସମାଜସେବୀ ସୁଧା ମୂର୍ତ୍ତି ବି ପହଞ୍ଚିଛନ୍ତି। ସୁଧା ମୂର୍ତ୍ତି ତିନି ଦିନ ଯାଏ କୁମ୍ଭମେଳାରେ ରହିବେ। ସୁଧା ପିବତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି। ଏହି ଅବସରରେ ସେ ତର୍ପଣ କରିବା ସହିତ ତାଙ୍କ ପୂର୍ବପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ବି ଅର୍ପଣ କରିଛନ୍ତି।
ମେଳା ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯେଭଳି ବ୍ୟବସ୍ଥାର ଆୟୋଜନ କରିଛନ୍ତି ତାହାକୁ ସୁଧା ମୂର୍ତ୍ତି ଭୁରିଭୁରି ପ୍ରଶଂସା କରିଛନ୍ତି।
ସଙ୍ଗମରେ ବୁଡ଼ ପକାଇବା ପରେ ସୁଧା କହିଛନ୍ତି, ମୋର ଜେଜେବାପା, ଅଜା, ଜେଜେ ମା’, ଆଈଙ୍କ ନାମରେ ତର୍ପଣ କରିବା ଲାଗି ମୁଁ ତିନି ଦିନର ବ୍ରତ ନେଇଛି। ତିନି ଦିନ ମୁଁ ସ୍ନାନ କରିବି ଏବଂ ତର୍ପଣ କରିବି। ମହାକୁମ୍ଭ ମେଳାରେ ଏତେ ଭିଡି ସତ୍ତ୍ବେ କାହାକୁ କୌଣସି ପ୍ରକାର ଅସୁବିଧା ହେଉନାହିଁ। ସବୁକିଛି ସୁରୁଖୁରୁରେ ଚାଲିଛି। ଏଠାକାର ବ୍ୟବସ୍ଥା ଦେଖି ବହୁତ ଖୁସି ଲାଗୁଛି। ଯୋଗୀ ଆଦିତ୍ୟନାଥ ଭଲ କାମ କରିଛନ୍ତି। ମାଗଣା ସୁବିଧା ସବୁ ଦେଖି ଆନନ୍ଦିତ ହୋଇଛି। ଭଗବାନଙ୍କୁ ଏତିକି ପ୍ରାର୍ଥନା ଯୋଗୀଙ୍କୁ ଦୀର୍ଘାୟୁ କରନ୍ତୁ।’

ad-week
Leave A Reply

Your email address will not be published.