ସୁରକ୍ଷାକର୍ମୀଙ୍କୁ ସଫଳତା, ମାଲକାନଗିରି ସୀମାନ୍ତରୁ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ

add-all

ମାଲକାନଗିରି ୨୩।୦୧ : ସୁରକ୍ଷାକର୍ମୀଙ୍କୁ ସଫଳତା । ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ତିଆରି କାରଖାନା ଠାବ ହୋଇଛି। ଏହାସହ ଏକ ଅସ୍ତ୍ର ଶସ୍ତ୍ର ତିଆରି ଉପକରଣ ମଧ୍ୟ ଜବତ କରିଛନ୍ତି ସୁରକ୍ଷା କର୍ମୀ ।
ଖବର ଅନୁଯାୟୀ, ଛତିଶଗଡ଼ ସୁକମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିଲା ସର୍ଚ୍ଚ ଅପରେସନ । ମାଓ ବିରୋଧୀ ଅଭିଯାନରେ କୋବ୍ରା ବାଟାଲିୟନ ଓ ସିଆର୍‌ପିଏଫ୍‌ ପକ୍ଷରୁ ଚାଲିଥିଲା । ଏହି ସମୟରେ ମାଓବାଦୀଙ୍କ ଏକ ବଡ଼ କାରଖାନାର ଠାବ ହୋଇଛି । ମେଟାଗୁଡେମ ଏବଂ ଡୁଲେର ଗାଁ ମଧ୍ୟରେ ଥିବା ଜଙ୍ଗଲ ଭିତରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମିଳିଛି । ତେବେ ଉଦ୍ଧାର ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ସାବୁନ ବାକ୍ସରେ ପ୍ୟାକ୍ ହୋଇଥିବା ୨୧ଟି ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (IED), ମଲ୍ଟିପଲ୍ ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର୍ (BGL) ବୋମା, ଏକ ଜେନେରେଟର ସେଟ୍, ଲେଦ୍ ମେସିନ୍, ବିସ୍ଫୋରକ ତିଆରି ସାମଗ୍ରୀ, ବନ୍ଧୁକ ତିଆରି ଉପକରଣ ଏବଂ ଜରୁରୀ ଚିକିତ୍ସା ସାମଗ୍ରୀ ରହିଛି। ଛତିଶଗଡ଼ରରେ ଅନ୍ତିମ ପର୍ଯ୍ୟାୟ ରେ ମାଓ ବିରୋଧୀ ଅପରେସନ ଚାଲିଥିବା ବେଳେ ମାଓବାଦୀଙ୍କୁ ମୁଳପୋଛ କରିବା ଲାଗି ସୁରକ୍ଷାକର୍ମୀ ଦିନ ରାତି ଅପରେସନ କରୁଛନ୍ତି।

ad-week
Leave A Reply

Your email address will not be published.