ପୁଣେରେ ଗୁଇଲେନ୍-ବାରେ ସିଣ୍ଡ୍ରୋମ୍ ଆତଙ୍କ, ଏହି ରୋଗରେ ଜଣଙ୍କର ମୃତ୍ୟୁ

ପୁନେ : ଭାରତରେ ୨୦୧୯ ମସିହାରେ କରୋନା ଦ୍ରୁତଗତିରେ ସଂକ୍ରମିତ ହୋଇଥିଲା । ବର୍ତ୍ତମାନ ଯାଏଁ ଏହାର ଭୟ ମନରୁ ଲିଭିନଥିବା ବେଳେ ପୁଣି ମାଡ଼ିଆସୁଛି ଅନ୍ୟ ଏକ ବିପଦ । ଏମିତିକି ଏକ ନିର୍ଦ୍ଧିଷ୍ଟ ରୋଗରେ ଶିକାର ହୋଇ ମହାରାଷ୍ଟ୍ରର ସୋଲାପୁର(Solapur) ଜିଲ୍ଲାର ଜଣେ ମୃତ୍ୟୁବରଣ କରିଛନ୍ତି । ଏହି ନୂଆ ରୋଗ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ୮୦ ବର୍ଷୀୟ ବୃଦ୍ଧଙ୍କୁ ମଧ୍ୟ ସଂକ୍ରମିତ ହେଉଛି । ତେବେ ହସ୍ପିଟାଲରେ ପରୀକ୍ଷା କରାଯିବା ପରେ ଏହା ଗୁଇଲେନ୍-ବାରେ ସିଣ୍ଡ୍ରୋମ୍ (GBS) ବୋଲି ଜଣାପଡିଛି । ଏହା ଏକ ବିରଳ ସ୍ନାୟୁଗତ ରୋଗ । ଏମିତିକି ଏହି ରୋଗରେ ଆକ୍ରାନ୍ତ ହେବା ପରେ ଭେଣ୍ଟିଲେଣ୍ଟର ଚିକିତ୍ସାର ଆବଶ୍ୟକ ମଧ୍ୟ ପଡୁଛି । ଏହି ଘଟଣା ସାମ୍ନାକୁ ଆସିବାପରେ ଭୟଭୀତ ହୋଇଛନ୍ତି ସାଧାରଣ ଲୋକେ । ହଠାତ୍ ବୃଦ୍ଧି ପାଉଥିବା ଏହି ରୋଗ ବ୍ୟାପିବାର କାରଣ ଖୋଜିବା ପାଇଁ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ଏକ ଡାକ୍ତରୀ ଦଳ ଗଠନ କରି ସର୍ଭେ ଜାରିରଖିଛି । ସରକାରଙ୍କ ଦ୍ୱାରା ରୋଗ ବ୍ୟାପୁଥିବା ଅଞ୍ଚଳରୁ ପାଣିର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି । ରୋଗ ବ୍ୟାପୁଥିବା ଅଞ୍ଚଳର ଲୋକଙ୍କୁ ପାଣିକୁ ଫୁଟାଇ ପିଇବା ପାଇଁ ପରାମର୍ଶ ଦିଆଯାଇଛି ।
ରବିବାର ପର୍ଯ୍ୟନ୍ତ ମୋଟ GBS ରୋଗୀଙ୍କ ସଂଖ୍ୟା ୧୦୧ରେ ପହଞ୍ଚିଛି । ମୋଟ ୧୦୧ ଜଣ GBS ରୋଗୀଙ୍କ ମଧ୍ୟରୁ ୬୮ ଜଣ ପୁରୁଷ ଏବଂ ୩୩ ଜଣ ମହିଳା ବୋଲି ଜଣାପଡିଛି । ରୋଗୀମାନଙ୍କ ମଧ୍ୟରୁ ୧୯ ଜଣଙ୍କ ବୟସ ୯ ବର୍ଷରୁ କମ୍ ଏବଂ ୨୩ ଜଣଙ୍କ ବୟସ ୫୦ ବର୍ଷରୁ ୮୦ ବର୍ଷ ମଧ୍ୟରେ ହୋଇଥିବା ଜଣାପଡିଛି । ହସ୍ପିଟାଲରେ ଥିବା ରୋଗୀଙ୍କ ମଧ୍ୟରୁ ୧୬ ଜଣ ଭେଣ୍ଟିଲେଣ୍ଟରରେ ଚିକିତ୍ସାଧିନ ରହିଛନ୍ତି ।

nis-ad
Leave A Reply

Your email address will not be published.