ସାଉଦି ଆରବରେ ସଡ଼କ ଦୁର୍ଘଟଣା: ୯ ଭାରତୀୟଙ୍କ ମୃତ୍ୟୁ

add-all

ଜେଦା: ସାଉଦି ଆରବର ପଶ୍ଚିମ ଅଞ୍ଚଳର ଜିଜାନ ନିକଟରେ ବୁଧବାର ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୯ ଜଣ ଭାରତୀୟଙ୍କର ମୃତ୍ୟୁ ଘଟିଛି। ଏହି ସଡ଼କ ଦୁର୍ଘଟଣା ନେଇ ସମବେଦନା ଜଣାଇ ଜେଦାରେ ଥିବା ଭାରତୀୟ କନସୁଲେଟ୍ କହିଛନ୍ତି ଯେ, ପୀଡ଼ିତ ପରିବାରକୁ ସମ୍ପୂର୍ଣ୍ଣ ସହାୟତା କରାଯିବ। ଦୂତାବାସ କହିଛି ଯେ, ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ପୀଡିତଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରାଯାଇଛି।
ଜେଦାରେ ଥିବା ଭାରତୀୟ କନସୁଲେଟ୍ ପୀଡିତଙ୍କ ପରିବାରକୁ ସମବେଦନା ଜଣାଇଛି। ଦୂତାବାସ କହିଛି, ଜେଦାରେ ଥିବା କନସୁଲେଟ୍ ଅଫ୍ ଇଣ୍ଡିଆ ସମ୍ପୂର୍ଣ୍ଣ ସହାୟତା ଯୋଗାଉଛି ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ସମ୍ପୂର୍ଣ୍ଣ ଯୋଗାଯୋଗରେ ଅଛି। ଆହତମାନଙ୍କୁ ଯଥାଶୀଘ୍ର ସୁସ୍ଥ କରାଇବାକୁ ଆମେ ଚାହୁଁଛୁ। ଅଧିକ ଅନୁସନ୍ଧାନ ପାଇଁ ଏକ ହେଲ୍ପଲାଇନର ବ୍ୟବସ୍ଥା କରାଯାଇଛି।
ସାଉଦି ଆରବର ଜିଜାନ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ, ସେ ଜେଦାର ଭାରତୀୟ କନସୁଲେଟ ସହ କଥା ହୋଇଛନ୍ତି ଏବଂ ସେଠାରେ ଥିବା ଅଧିକାରୀମାନେ ପୀଡିତଙ୍କ ପରିବାର ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି।

ad-week
Leave A Reply

Your email address will not be published.