ସ୍ନାନ ସାରି ଫେରୁଥିବା ବେଳେ ଭିଡ଼ ଭିତରେ ଚାପି ହୋଇ ମୋ ସ୍ତ୍ରୀର ଉଡ଼ିଗଲା ପ୍ରାଣବାୟୁ

add-all

ପ୍ରୟାଗରାଜ: ପ୍ରୟାଗରାଜରେ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାରେ ସାଧୁ, ସନ୍ଥ ଓ ଲୋକଙ୍କ ପ୍ରବଳ ଗହଳି ଜମୁଛି। ଗତ ମଙ୍ଗଳବାର ରାତିରେ ଏହି ଗହଳି ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଏହି ଦଳାଚକଟାରେ ଏଯାଏଁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି ।
ସମସ୍ତ ଆହତଙ୍କୁ କୁମ୍ଭକ୍ଷେତ୍ର ସେକ୍ଟର-୨ରେ ଭର୍ତ୍ତି କରାଯାଇଥିବା ବେଳେ ମୃତକଙ୍କ ପରିବାର ଲୋକେ ସେ ସମୟର ଲୋମଟାଙ୍କୁରା ଅନୁଭୂତି ବଖାଣି ଭୋଭୋ ହୋଇ କାନ୍ଦୁଛନ୍ତି।
କୁମ୍ଭମେଳାରେ ସୃଷ୍ଟି ହୋଇଥିବା ଦଳାଚକଟା ପରିସ୍ଥିତରେ ସ୍ତ୍ରୀକୁ ହରାଇ ଦେଇଥିବା ଫୁଲଚନ୍ଦ ବିଶ୍ବକର୍ମା କହିଛନ୍ତି, ‘ଆମେ ଗଙ୍ଗାସ୍ନାନ କରି ବାହାରୁଥିବା ବେଳେ ଦେଖିଲୁ ଲୋକଙ୍କ ଭିଡ଼ ମାଡ଼ି ଆସୁଛି। ଯିଏ ଯାହା ଉପରେ ପାରିଲା ଚଢ଼ିକି ଚାଲିଗଲା।
ଏହି ସମୟରେ ମୋ ସ୍ତ୍ରୀ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲା। ମୁଁ ତାକୁ ଚେଷ୍ଟା କରିବି ଭିଡ଼ ଭିତରୁ ଉଦ୍ଧାର କରି ପାରି ନଥିଲା। ଭିଡ଼ ଥମିଯିବା ପରେ ମୋ ସ୍ତ୍ରୀ ଆମ ସମସ୍ତଙ୍କୁ ପରକରି କୁମ୍ଭମେଳାରେ ସବୁଦିନ ପାଇଁ ଆଖିବୁଜି ଦେଇଥିଲା। ଏ ଦୁଃଖ ବିଷୟରେ ଆଉ କ’ଣ କହିବି ଆଜ୍ଞା।’
ବିହାରର ଔରଙ୍ଗାବାଦର ବାସିନ୍ଦା ସୁରଜ ଯାଦବ କହିଛନ୍ତି, ‘ ଆମେ ୧୨ରୁ ୧୩ ଜଣ ମିଶି ଗଙ୍ଗା ସ୍ନାନ ପାଇଁ ଯାଇଥିଲି। ସ୍ନାନ ସମୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଦଳାଚକଟାରେ ମୋର ମା’ଙ୍କ ପ୍ରାଣବାୟୁ ଉଡ଼ି ଯାଇଛି।।

ad-week
Leave A Reply

Your email address will not be published.