ହିଂସାପଥ ଛାଡ଼ି ଆତ୍ମସମର୍ପଣ କଲେ ୨୯ ନକ୍ସଲ

add-all

ମାଲକାନଗିରି: ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ୨୯ ଜଣ ମାଓବାଦୀ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସିପିଙ୍କ ସମ୍ମୁଖରେ ଏହି ୨୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୨୦ ଜଣ ପୁରୁଷ ଏବଂ ୭ ଜଣ ମହିଳା ମାଓବାଦୀ ଅଟନ୍ତି।
ସଂଗଠନ ଦୁର୍ବଳ ହେବା ସହ ପୁଲିସର ଘନ ଘନ ଚଢାଉରେ ମୃତ୍ୟୁ ସୁନିଶ୍ଚିତ ଭାବିବା ସହ ସଂଗଠନରେ ପୂର୍ବ ଭଳି କୌଣସି ଉଦେଶ୍ୟ ଓ ଲକ୍ଷ୍ୟ ନେଇ କାମ ହେଉନଥିବା ଏହି ନକ୍ସଲମାନେ ହୃଦୟଙ୍ଗମ କଲେ। ଏଥିସହ ସରକାରଙ୍କ ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ସଂଗଠନ ଛାଡିଥିବା ଏମାନେ କହନ୍ତି।
ପୁଲିସ ତରଫରୁ ସମସ୍ତଙ୍କୁ ୨୫ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆଗାମୀ ଦିନରେ ଥଇଥାନ କରାଯିବ ବୋଲି ପୁଲିସ କହିଛି। ତେବେ ନାରାୟଣ ପୁଲିକୁ କେବେ ମଧ୍ୟ ଏତେ ସଂଖ୍ୟାରେ ନକ୍ସଲ ଆତ୍ମସମର୍ପଣ କରିଥିବା ରେକର୍ଡ ନାହିଁ। ଏହି ନକ୍ସଲମାନଙ୍କୁ ପୁଲିସ ପଚରାଉଚରା କରିବା ପରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସୁଛି ବୋଲି ପୁଲିସ କହିଛି।

ad-week
Leave A Reply

Your email address will not be published.