ମହାକୁମ୍ଭରେ ଡିୟୁଟି କରୁଥିବା ବେଳେ ବିଗିଡ଼ିଲା ଇନ୍ସପେକ୍ଟର ସ୍ବାସ୍ଥ୍ୟ; ଘଟଣାସ୍ଥଳରେ ହେଲା ମୃତ୍ୟୁ

newyr25

ଲକ୍ଷ୍ମୌ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଡିୟୁଟି କରୁଥିବା ସମୟରେ ଜଣେ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଇନ୍ସପେକ୍ଟରଙ୍କ ନାମ ଅଞ୍ଜନି କୁମାର ରାଏ ବୋଲି ଜଣାପଡ଼ିଛି।
ବହରାଇଚ ଜିଲ୍ଲାର ଅତିରିକ୍ତ ଏସପି ଦୁର୍ଗା ପ୍ରସାଦ ତିୱାରୀ ଏହି ଦୁଃଖଦ ଘଟଣାକୁ ନେଇ କହିଛନ୍ତି, ‘ମହାକୁମ୍ଭରେ ଡିୟୁଟି କରୁଥିବା ବେଳେ ଇନ୍ସପେକ୍ଟର ଅଞ୍ଜନୀ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅଞ୍ଜନୀଙ୍କ ପରିବାରଲୋକଙ୍କୁ ଇନ୍ସପେକ୍ଟରଙ୍କ ମୃତ୍ୟୁ ଖବର ଦିଆଯାଇଛି। ଇନ୍ସପେକ୍ଟରଙ୍କ ମୃତ୍ୟୁ ପରେ ନିୟମ ଅନୁଯାୟୀ ତାଙ୍କର ବ୍ୟବଚ୍ଛେଦ କରାଯାଇଛି। ଏଥିସହିତ ମୃତ ଅଞ୍ଜନୀଙ୍କ ପରିବାରଲୋକଙ୍କୁ ଏଭଳି ଦୁଃଖ ସମୟରେ ଯାହାବି ସାହାଯ୍ୟ ଲୋଡା ହେବ ପୁଲିସ ବିଭାଗ ଦେବାକୁ ପ୍ରସ୍ତୁତ ଅଛି।
ଶ୍ରଦ୍ଧାଳୁମାନେ ତ୍ରିବେଣୀ ସଙ୍ଗମକୁ ମୌନି ଅମାବାସ୍ୟରେ ଶାହି ସ୍ନାନ ପାଇଁ ଆସିଥିବା ବେଳେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଏହି ଦଳାଚକଟାରେ ୩୦ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ମୃତକଙ୍କ ମଧ୍ୟରେ ଇନ୍ସପେକ୍ଟର ଅଞ୍ଜନୀ କୁମାର ଥିବା ନେଇ ଗୁଜବ ପ୍ରଚାର ହୋଇଥିଲା। କିନ୍ତୁ ପରେ ଜଣାପଡ଼ିଥିଲା କି ଇନ୍ସପେକ୍ଟରଙ୍କ ମୃତ୍ୟୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ହୋଇଥିଲା।

Leave A Reply

Your email address will not be published.