୬.୮୧ ଲକ୍ଷ କୋଟିକୁ ବଢିଲା ପ୍ରତିରକ୍ଷା ବଜେଟ୍

add-all

ନୂଆଦିଲ୍ଲୀ : ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ରେକର୍ଡ ୬.୮୧ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହା କି ପୂର୍ବ ବର୍ଷ ତୁଳନାରେ ୯.୫୩% ଅଧିକ। ଏହି ରାଶି ଦେଶର ଆନୁମାନିକ ଜିଡିପିର ୧.୯୧ ପ୍ରତିଶତ। ୬.୮ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ବଜେଟ୍ ମଧ୍ୟରୁ ୧.୮ ଲକ୍ଷ କୋଟି ଟଙ୍କା ପୁଞ୍ଜି ବ୍ୟୟ ପାଇଁ ଆବଣ୍ଟନ କରାଯାଇଛି। ଅର୍ଥାତ ଏହି ଅର୍ଥନୂଆ ଅସ୍ତ୍ରଶସ୍ତ୍ର, ବିମାନ, ଯୁଦ୍ଧ ଜାହାଜ ଏବଂ ଅନ୍ୟାନ୍ୟ ସାମରିକ ଉପକରଣ କିଣିବାରେ ବ୍ୟବହୃତ ହେବ।

ସଶସ୍ତ୍ର ବାହିନୀ ପାଇଁ ପୁଞ୍ଜି ବଜେଟ୍ ଅଧୀନରେ ୧.୮୦ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବଜେଟରେ ସେନାର ଆଧୁନିକୀକରଣ ଏକ ପ୍ରମୁଖ ଫୋକସ୍ କ୍ଷେତ୍ର । ଘରୋଇ ଶିଳ୍ପରୁ କ୍ରୟ ପାଇଁ ୧.୧୨ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରତିରକ୍ଷା ଭତ୍ତା ପାଇଁ ଆବଣ୍ଟନ ୧୪% ବୃଦ୍ଧି କରାଯାଇଛି। ଇସିଏଚ୍ଏସ୍ ପାଇଁ ୮,୩୧୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ବଜେଟରେ ୧୨% ବୃଦ୍ଧି ଘଟିଛି। ଆଇସିଜି ପାଇଁ ପୁଞ୍ଜି ବଜେଟରେ ୪୩% ବୃଦ୍ଧି ଘଟିଛି। କ୍ୟାପିଟାଲ ହେଡ୍ ଅଧୀନରେ ବିଆରଓକୁ ୭,୧୪୬ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

୨୦୨୪-୨୫ ବଜେଟରେ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୬.୨୧ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ଏହା ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୪.୭୯ ପ୍ରତିଶତ ଅଧିକ ଥିଲା।

ad-week
Leave A Reply

Your email address will not be published.