ବେଆଇନ ପ୍ରବାସୀ ଭାରତୀୟଙ୍କୁ ଦେଶରୁ ବିତାଡ଼ିତ କରିବା ଆରମ୍ଭ କଲା ଆମେରିକା

add-all

ଓ୍ବାଶିଂଟନ: ଅବୈଧ ପ୍ରବାସୀମାନଙ୍କୁ ସେମାନଙ୍କ ଦେଶକୁ ପଠାଇବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ଆମେରିକାରୁ ବହୁ ସଂଖ୍ୟକ ବେଆଇନ ପ୍ରବାସୀଙ୍କୁ ବିତାଡ଼ିତ କରାଯାଉଛି। ସୂଚନା ମୁତାବକ, ବର୍ତ୍ତମାନ ବେଆଇନ ଭାବେ ବାସ କରୁଥିବା ଭାରତୀୟମାନଙ୍କୁ ମଧ୍ୟ ଦେଶରୁ ବିତାଡ଼ିତ କରିବା ଆରମ୍ଭ କରିଛି ଆମେରିକା। ରିପୋର୍ଟ ଅନୁଯାୟୀ, ଆମେରିକା ସେନାର ଏକ ସି-୧୭ ବିମାନ ବେଆଇନ ପ୍ରବାସୀ ଭାରତୀୟଙ୍କୁ ଧରି ଭାରତ ଅଭିମୁଖେ ଉଡ଼ାଣ ଭରି ସାରିଛି। ଏପର୍ଯ୍ୟନ୍ତ ଦକ୍ଷିଣ ଆମେରିକୀୟ ଦେଶରୁ ବେଆଇନ ପ୍ରବାସୀଙ୍କୁ ଦେଶରୁ ବିତାଡ଼ିତ କରାଯାଉଥିଲା, କିନ୍ତୁ ଏବେ ବେଆଇନ ପ୍ରବାସୀ ଭାରତୀୟଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆମେରିକା ପ୍ରାୟ ୧୮, ୦୦୦ ପ୍ରବାସୀ ଭାରତୀୟଙ୍କୁ ଚିହ୍ନଟ କରିଛି, ଯେଉଁମାନେ ବେଆଇନ ଭାବେ ଆମେରିକାରେ ଅଛନ୍ତି।

ad-week
Leave A Reply

Your email address will not be published.