ନୂଆ ଚିଠା ୟୁଜିସି ନିୟମାବଳୀ ହେଉଛି ଆରଏସଏସର ଏଜେଣ୍ଡା : ରାହୁଲ

add-all

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିଶ୍ବ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଡ୍ରାଫ୍ଟ ନିୟମକୁ ସମାଲୋଚନା କରି କହିଛନ୍ତି ଯେ ଆମେ ସମସ୍ତ ରାଜ୍ୟର ପରମ୍ପରା, ଭାଷା, ସଂସ୍କୃତି ଏବଂ ଇତିହାସକୁ ସମ୍ମାନ ଦେବା ଉଚିତ। କିନ୍ତୁ କେନ୍ଦ୍ର ସରକାର ଗୋଟିଏ ଇତିହାସ, ଗୋଟିଏ ପରମ୍ପରା ଏବଂ ଗୋଟିଏ ଭାଷା ଲାଗୁ କରିବାକୁ ଚେଷ୍ଟା କରୁଛନ୍ତି ।
ସେ କହିଛନ୍ତି, ତାମିଲ ଲୋକମାନଙ୍କର ନିଜସ୍ୱ ଭାଷା, ଇତିହାସ ଏବଂ ପରମ୍ପରା ଅଛି ଏବଂ ସେମାନେ ସେମାନଙ୍କ ପାଇଁ ଲଢ଼େଇ କରିଛନ୍ତି, କିନ୍ତୁ କେନ୍ଦ୍ର ସରକାର ଗୋଟିଏ ଇତିହାସ, ଗୋଟିଏ ପରମ୍ପରା ଏବଂ ଗୋଟିଏ ଭାଷା ଲାଗୁ କରିବାକୁ ଚେଷ୍ଟା କରୁଛନ୍ତି । ଏହା ଆରଏସଏସ୍ ଏଜେଣ୍ଡାକୁ ଆଗକୁ ବଢ଼ାଇବା ପାଇଁ କେନ୍ଦ୍ର ସରକାରଙ୍କ ଏକ ପ୍ରୟାସ ବୋଲି ସେ କହିଛନ୍ତି।
ରାହୁଲ ଗାନ୍ଧି କହିଛନ୍ତି ଯେ ଏଠାରୁ ହିଁ ଏହା ଆରମ୍ଭ ହୁଏ ଏବଂ ତା’ପରେ ଏହାକୁ କାର୍ଯ୍ୟକାରୀ କରାଯାଏ । ସମ୍ବିଧାନ ଉପରେ ଆକ୍ରମଣ କରି ଦେଶ ଉପରେ ଗୋଟିଏ ଚିନ୍ତାଧାରା, ଗୋଟିଏ ପରମ୍ପରା, ଗୋଟିଏ ଇତିହାସ ଓ ଗୋଟିଏ ଭାଷା ଲାଗୁ କରାଯିବାକୁ ଉଦ୍ୟମ କରାଯାଉଛି ।

ad-week
Leave A Reply

Your email address will not be published.