ପଣ୍ଡ ହେଲା ପାକ୍‌ର ଉଦ୍ୟମ: ୭ ଜଣ ଅନୁପ୍ରବେଶକାରୀ ନିହତ

add-all

ଜମ୍ମୁ-କଶ୍ମୀର: ପାକିସ୍ତାନର ଅନୁ‌ପ୍ରବେଶକାରୀଙ୍କ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା। ଭାରତୀୟ ସେନା ଏଲଓସିରେ ଥିବା ପୋଷ୍ଟରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ଆକ୍ରମଣକୁ ବିଫଳ କରିଛି ବୋଲି ସୂଚନା ରହିଛି। ସୂତ୍ରରୁ ଜାଣିବାକୁ ମିଳିଛି ଯେ ପାକିସ୍ତାନୀମାନେ ଫେବ୍ରୁଆରି ୪-୫ ରାତିରେ ସୀମା ଭିତରେ ପଶିବାକୁ ଉଦ୍ୟମ କରିଥିଲେ। ତେବେ ଭାରତୀୟ ସେନା ସେମାନଙ୍କୁ ଅଟକାଇବା ସହ ୭ ଜଣଙ୍କୁ ନିପାତ କରିଛି। ସେମାନଙ୍କ ମଧ୍ୟରେ ୨-୩ ଜଣ ପାକିସ୍ତାନୀ ସେନା କର୍ମଚାରୀ ଥିଲେ ବୋଲି ଅନୁମାନ କରାଯାଉଛି।

ପାକିସ୍ତାନୀମାନେ ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାର କୃଷ୍ଣା ଘାଟି ସେକ୍ଟରରେ ‘କଶ୍ମୀର ସଂହତି ଦିବସ’ ପାଳନ କରୁଥିବା ସମୟରେ ଭାରତ ବିରୋଧୀ ଏଜେଣ୍ଡାକୁ ଆଗକୁ ବଢାଇବା ପାଇଁ ଏହି ଘଟଣା ଘଟାଇଥିଲେ। ଯାହା ଭାରତ ବିରୋଧୀ ଏଜେଣ୍ଡାକୁ ଆଗକୁ ବଢାଇବା ପାଇଁ ଏକ ପ୍ରଚାର ଅଭିଯାନ ଥିଲା।

ସୀମା ପାର୍‌ ପାଇଁ ରହିଥିବା ପାକିସ୍ତାନର ସ୍ବତନ୍ତ୍ର ଦଳ ବର୍ଡର ଆକ୍ସନ ଟିମ୍‌ (ବ୍ୟାଟ୍‌) ଅନୁପ୍ରବେଶ କରିବା ବେଳେ ପାଲଟା ଜବାବ ଦେଇଛି ଭାରତୀୟ ସେନା।

ad-week
Leave A Reply

Your email address will not be published.