ହାରିଲେ କେଜ୍ରିୱାଲ ଓ ସିସୋଦିଆ

add-all

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ଆମ ଆଦମୀ ପାର୍ଟି(ଆପ୍)କୁ ଶକ୍ତ ଝଟକା ଲାଗିଛି। ଗୋଟିଏ ପଟେ ବିଜେପି ବିପୁଳ ବିଜୟ ହାସଲ କରିବା ଏକପ୍ରକାର ସ୍ପଷ୍ଟ ହୋଇଥିବାବେଳେ ଅନ୍ୟପଟେ ଆପ୍‌ର ଟାଣୁଆ ନେତାମାନଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି। ଖୋଦ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ନିର୍ବାଚନରେ ପରାଜିତ ହୋଇଛନ୍ତି। ନୂଆଦିଲ୍ଲୀ ଆସନରୁ ଲଢ଼ୁଥିବା କେଜ୍ରିୱାଲ ବିଜେପି ପ୍ରାର୍ଥୀ ପରବେଶ ସାହିବ ସିଂହଙ୍କଠାରୁ ହାରିଯାଇଛନ୍ତି।

ସେହିପରି ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ବିଜେପି ପ୍ରାର୍ଥୀ ପରବିନ୍ଦର ସିଂହ ମରୱାଙ୍କଠାରୁ ପରାଜିତ ହୋଇଛନ୍ତି। ସିସୋଦିଆ ମାତ୍ର ୬୦୦ ଭୋଟରେ ହାରିଛନ୍ତି। ଏହା ଆପ୍‌ ପାଇଁ ଅତ୍ୟନ୍ତ ଲଜ୍ଜାଜନକ ପରାଜୟ ହେବ ବୋଲି କୁହାଯାଉଛି।

ad-week
Leave A Reply

Your email address will not be published.