ଦିଲ୍ଲୀରେ ଖାତା ଖୋଲି ପାରିଲାନି କଂଗ୍ରେସ

add-all

ନୂଆଦିଲ୍ଲୀ: ଯେଉଁ ସମୟ, ଯେଉଁ ଫଳାଫଳ, ଯେଉଁ ମୁହୂର୍ତ୍ତକୁ ସମସ୍ତଙ୍କର ଅପେକ୍ଷା ଥିଲା ସେହି ମୁହୂର୍ତ୍ତ ଏବେ ଆସି ସାରିଛି । ଲଗାତାର ଝାଡୁ ମାରି ଦିଲ୍ଲୀରେ ସବୁ ଦଳକୁ ସଫା କରିଦେଉଥିବା ଆପ୍ ଚିତପତାଙ୍ଗ ମାରିଛି । ଆଉ ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ଫୁଲ ଫୁଟିଛି । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦିଲ୍ଲୀରେ ଏକଜିଟ୍ ପୋଲ୍ ଏକଜାଟ୍ ପୋଲରେ ପରିଣତ ହୋଇଛି । ବିଜେପି ଏବେ ବହୁମତ ଠାରୁ ବହୁତ ଆଗରେ ଅଛି । ଟ୍ରେଣ୍ଡ ଅନୁସାରେ ୭୦ ଆସନରୁ ବିଜେପି ୪୮ ଆସନରେ ଆଗରେ ଥିବାବେଳେ, ଆପ୍ କେବଳ ୨୨ଟି ସିଟରେ ଆଗୁଆ ଅଛି ।

ହେଲେ ସବୁଠାରୁ ଲଜ୍ଜାଜନକ କଥା ହେଲା କଂଗ୍ରେସ ଶୂନରେ ଅଟକିଛି ମାନେ ଗୋଟିଏ ବି ଆସନ ଜିତି ପାରିନି । କଂଗ୍ରେସ ଦିଲ୍ଲୀରେ ଖାତା ଖୋଲିବାରେ ଅସମର୍ଥ ହୋଇଛି । ଆଉ ଲଗାତାର ୩ୟ ଥର ପାଇଁ ଦିଲ୍ଲୀରେ ପରାଜୟର ସ୍ବାଦ ଚାଖିଛି କଂଗ୍ରେସ । ବିଜେପି- ୪୮, ଆପ୍-୨୨ ଥିବା ବେଳେ ମୋଟ୍ ୭୦ ଆସନରୁ କଂଗ୍ରେସ-୦ରେ ଅଟକିଛି । ଯାହା ଦିଲ୍ଲୀର ଛାତି ଉପରେ କଂଗ୍ରେସ ପ୍ରତି ଅପମାନ ନିଶ୍ଚୟ ।

ଦେଶରେ ବିଜେପିର ଆସିବା ପରଠାରୁ କଂଗ୍ରେସର ସ୍ଥିତି ଏତେ ଭଲ ରହୁନି । ଲଗାତାର ଭାବେ ବିଭିନ୍ନ ରାଜ୍ୟରେ କଂଗ୍ରେସର ସ୍ଥିତି ଦିନକୁ ଦିନ ଦୁର୍ବଳ ହେଉଥିବା ବେଳେ ଏବେ ଦେଶରେ ମାତ୍ର ୩ ରାଜ୍ୟରେ କଂଗ୍ରେସ ସରକାର ଗଢିଛି । ସେପଟେ କଂଗ୍ରେସର ସବୁ ରଣନୀତି ଯେଉଁଠି ହୁଏ ସେ ସ୍ଥାନରେ ହାତ ହାରିଯିବା କଂଗ୍ରେସର ବଡ ବଡ ନେତାଙ୍କ ପାଇଁ ଏକ ବଡ ଚାଲେଞ୍ଜ କୁହାଯାଇପାରେ ଏବଂ କାହିଁକି ଦିଲ୍ଲୀରେ କଂଗ୍ରେସ ଖାତା ଖୋଲି ପାରୁନି ତା ଉପରେ ସମୀକ୍ଷା କରିବା ବି ଉଚିତ ବୋଲି ରାଜନୈତିକ ସମୀକ୍ଷକ ମାନେ କହିଛନ୍ତି ।

ad-week
Leave A Reply

Your email address will not be published.