୪୮ ଆସନ ସହିତ ଦିଲ୍ଲୀ ଦଖଲ କଲା ବିଜେପି

add-all

ନୂଆଦିଲ୍ଲୀ: ଦିଲ୍ଲୀ ଦଖଲ କରିଛି ବିଜେପି। ବହୁବର୍ଷର ପ୍ରତୀକ୍ଷା ପରେ ଦିଲ୍ଲୀରେ ବିଜେପି ସରକାର ଗଢ଼ିବା ଏକପ୍ରକାର ସ୍ଥିର ହୋଇଛି। ଚଳିତ ବିଧାନସଭା ନିର୍ବାଚନରେ ଗେରୁଆ ଦଳକୁ ସ୍ପଷ୍ଟ ବହୁମତ ମିଳିବା ନିଶ୍ଚିତ ହୋଇଛି। ଶନିବାର ଭୋଟ ଗଣତି ଜାରି ରହିଥିବାବେଳେ ଅପରାହ୍ନ ୨ଟା ସୁଦ୍ଧା ମୋଟ ୭୦ ଆସନ ମଧ୍ୟରୁ ବିଜେପି ୪୮ ଆସନରେ ଆଗୁଆ ରହିଛି। ବିଗତ ୧୦ ବର୍ଷ ଧରି କ୍ଷମତାରେ ରହିଆସିଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି(ଆପ୍‌)କୁ ୨୨ ଆସନରେ ଅଟକିବାକୁ ପଡ଼ିଛି। ଦଳ ୨୨ ଆସନରେ ଆଗୁଆ ରହିଛି। ଆଶ୍ଚର୍ଯ୍ୟର କଥା ଖୋଦ ଆପ୍‌ ସୁପ୍ରିମୋ କେଜ୍ରିୱାଲଙ୍କୁ ନିର୍ବାଚନରେ ପରାଜିତ ହେବାକୁ ପଡ଼ିଛି। କେବଳ କେଜ୍ରିୱାଲ ନୁହନ୍ତି, ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆ, ସୋମନାଥ ଭାରତୀ, ସତ୍ୟେନ୍ଦ୍ର ଜୈନ, ଦୁର୍ଗେଶ ପାଠକଙ୍କ ଭଳି ହେଭିୱେଟ ନେତାଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି।

ଦିଲ୍ଲୀରେ ବିଜେପିର ଉନ୍ନତ ପ୍ରଦର୍ଶନକୁ ନେଇ ଦଳୀୟ ନେତାମାନେ ବେଶ୍‌ ଉତ୍ସାହିତ ହୋଇପଡ଼ିଛନ୍ତି। ରାଜଧାନୀର ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ପାଳନ କରାଯାଉଛି। ଓଡ଼ିଶାରେ ଦୀର୍ଘବର୍ଷ ଧରି କ୍ଷମତାରେ ରହିଥିବା ବିଜେଡି ସରକାରକୁ ପରାଜିତ କରିବା ପରେ ବିଜେପିର ଏହା ଅନ୍ୟତମ ବଡ଼ ବିଜୟ ବୋଲି କୁହାଯାଉଛି।

ଅନ୍ୟପଟେ କଂଗ୍ରେସ ଏଥର ବି ଖାତା ଖୋଲିପାରି ନାହିଁ। ଲଗାତର ୩ୟ ଥର ଲାଗି କଂଗ୍ରେସର କୌଣସି ପ୍ରାର୍ଥୀ ବିଧାନସଭା ନିର୍ବାଚନରେ ବିଜୟୀ ହୋଇପାରି ନାହାନ୍ତି। ରାହୁଲ ଗାନ୍ଧୀଙ୍କ ପ୍ରଚାର ସତ୍ବେ ଦିଲ୍ଲୀବାସୀ ଏହି ସର୍ବପୁରାତନ ଦଳକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ad-week
Leave A Reply

Your email address will not be published.