ବାରବାଟୀରେ ପୂର୍ବ ସରକାର ଖାଲି ନଡ଼ିଆ ବାଡ଼େଇଥିଲେ: କ୍ରୀଡାମନ୍ତ୍ରୀ

add-all

ଭୁବନେଶ୍ବର: ବାରବାଟୀ ବିଭ୍ରାଟ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି। ଏନେଇ ବିରୋଧୀ ଏବଂ ଶାସକ ଦଳ ପରସ୍ପର ମୁଣ୍ଡରେ ଅଠା ବୋଳିବାରେ ଲାଗିଛନ୍ତି। ଅଭିଯୋଗର ବାକ୍‌ଯୁଦ୍ଧ ଜାରି ରହିଛି।

ଏନେଇ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ବାରବାଟୀ ଏକ ଐତିହ୍ୟ ସମ୍ପନ୍ନ ଷ୍ଟାଡିୟମ। ବାରବାଟୀରେ ପୂର୍ବ ସରକାର ଖାଲି ନଡ଼ିଆ ବାଡ଼େଇ ପଳେଇଲେ। ହେଲେ ଟଙ୍କାଟେର ବ୍ୟବସ୍ଥା କରି ନାହାନ୍ତି । ଆମେ ଭାବିଥିଲୁ ସେ କିଛି କରିଛନ୍ତି ବୋଲି। ଦେଖିଲା ବେଳକୁ ଅମାର ଘର ଶୂନ।

ବାରବାଟୀ ପାଇଁ ଆମେ ଲୋକଙ୍କ ସହ କଥା ହେବୁ। କଣ କରାଯାଇ ପାରିବ ଦେଖିବୁ। ତାକୁ ବିଚାର କରି ଆମେ କହି ପାରିବୁ କେମିତି ବିକାଶ କାର୍ଯ୍ୟ କରାଯିବ ।

ଏହା ସହିତ ‌ସୂର୍ଯ୍ୟବଂଶୀ ସୁରଜ, ଟିକେଟ କଳାବଜାରୀ ନେଇ କହିଛନ୍ତି ଏହା ଗ୍ରହଣୀୟ ନୁହେଁ । ଟିକେଟ କିମ୍ବା ପାସ କଳାବଜାରୀ ହେବା, ଗ୍ରହଣ କରାଯିବନି । ଏନେଇ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଅନେକ ଅଭିଯୁକ୍ତ ଧରା ପଡିଛନ୍ତି । ଆଗାମୀ ଦିନରେ ଆହୁରି ବ୍ୟବସ୍ଥିତ ଢଙ୍ଗରେ ବାରବାଟୀରେ ମ୍ୟାଚ୍ କରିବାକୁ ବ୍ୟବସ୍ଥା ହେଉଛି ।

ପ୍ରଥମଥର ପାଇଁ କ୍ରୀଡାମନ୍ତ୍ରୀ ଭାବେ ସବୁ ଅନୁଧ୍ୟାନ କରିଥିଲି । ଆମେ ତୁରନ୍ତ ସ୍ପଷ୍ଟୀକରଣ ମାଗିଛୁ ଯେଉଁ ସବ୍ କମିଟି ଦାୟିତ୍ୱରେ ଥିଲେ ସେ ଉତ୍ତର ଦେବେ। ବହୁତ୍ କଥା ଅଛି। କେଉଁ କାର୍ଯ୍ୟ ସରକାରୀ ନିୟନ୍ତ୍ରଣରେ ନାହିଁ ତାହା ଦେଖାଯିବ। ଓଡ଼ିଶା ଲୋକେ ଶୃଙ୍ଖଳିତ ଢଙ୍ଗରେ ମ୍ୟାଚ୍ ଦେଖିଥିବା କାରଣରୁ ମନ୍ତ୍ରୀ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। 

ad-week
Leave A Reply

Your email address will not be published.