ପାନୀୟ ଜଳ ଯୋଗାଇବେ ସରକାର; ୭୦ରୁ ଅଧିକ ଜନସଂଖ୍ୟା ଥିବା ଗାଁରେ ଖୋଳାଯିବ ୨ଟି ନଳକୂପ 

add-all

ଭୁବନେଶ୍ବର: ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବେ ରାଜ୍ୟ ସରକାର। ଗାଁ ଗାଁରେ ନଳକୂପ ଦେବେ ବିଜେପି ସରକାର। ଖରାଦିନକୁ ଆଖି ଆଗରେ ରଖି 70 ଜନସଂଖ୍ୟା ଥିବା ଗାଁରେ ଖୋଳାଯିବ ନଳକୂପ । ଯେଉଁ ଗାଁରେ 70ରୁ ଅଧିକ ଜନସଂଖ୍ୟା ଥିବ ସେଠାରେ 2ଟି ନଳକୂପ ବସିବ। ଏନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ପାନୀୟ ଜଳ ଯୋଗାଣ ବିଭାଗ। ଆବଶ୍ୟକ ପଡିଲେ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ରବି ନାରାୟଣ ନାୟକ।

ଏପରିକି ଖରା ଦିନରେ ସୋଲାର ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦେବେ ସରକାର। ଜଙ୍ଗଲ ଅଞ୍ଚଳରେ ସମସ୍ୟା ଥିବାରୁ କେନ୍ଦ୍ରକୁ ଏନେଇ ପ୍ରସ୍ତାବ ଯାଇଛି । 2025 ମାର୍ଚ୍ଚ ସୁଦ୍ଧା 72 ଟି ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ସରିବ। ଏହାସହ 2026 ମାର୍ଚ୍ଚ ସୁଦ୍ଧା ମେଗା ପ୍ରୋଜେକ୍ଟ ଶେଷ ହେବ। ଏଥିପାଇଁ 3ରୁ 4 ଟି ଏଗ୍ରିମେଣ୍ଟ ହୋଇଛି ।

ad-week
Leave A Reply

Your email address will not be published.