ବାରବାଟୀରେ ଲାଇଟ କଟିବା-ଟିକେଟ କଳାବଜାରୀ ପ୍ରସଙ୍ଗ: ସରକାରଙ୍କୁ ଦାୟୀ କଲେ ତାରା ବାହିନୀପତି

add-all

ଭୁବନେଶ୍ବର: ବାରବାଟୀରେ ଭାରତ ଏବଂ ଇଂଲଣ୍ଡ ମ୍ୟାଚ୍ ସମୟରେ ଲାଇଟ କଟିବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି

ସରକାର ଏଥିପାଇଁ ଦାୟୀ। ମୁଁ ଏହାକୁ ନିନ୍ଦା କରୁଛି। ଓଡ଼ିଶାର କଥା ବାହାରେ ପଡିଛି। ଯେଉଁମାନେ ଭୁଲ କରିଛନ୍ତି ତାଙ୍କୁ ଦଣ୍ଡ ମିଳିବା ଉଚିତ୍। ବିଶ୍ୱରେ ରାଜ୍ୟ ନିନ୍ଦିତ ହୋଇଛି।ଲୋକଙ୍କ ଦେଇଥିବା ପ୍ରତିଶ୍ରୁତିକୁ ବିଜେପି ସରକାର ଭୁଲି ଯାଇଥିବାରୁ ପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କ ଉପରେ ରାଗିଛନ୍ତି। ଏଥିପାଇଁ ଜଗନ୍ନାଥ ତାଙ୍କୁ ଏଭଳି ଅଭିଶାପ ଦେଇଛନ୍ତି।

ଟିକେଟ କଳାବଜାରୀ ପ୍ରସଙ୍ଗରେ ସେ କହିଛନ୍ତି, ସରକାର ଟିକେଟ ଦଳୀୟ କର୍ମୀଙ୍କୁ ଦେଇଛନ୍ତି। ବିଜେପି ସରକାରରେ ପରସ୍ପର ମଧ୍ୟରେ ସହଯୋଗ ନାହିଁ। ଟିକେଟ ଜାଲିଆତିକୁ ନେଇ ସରକାର ଶ୍ବେତପତ୍ର ଜାରି କରିବା ଉଚିତ୍।

ଏହି ପ୍ରସଙ୍ଗ ବିଧାନସଭାରେ ମଧ୍ୟ ଉଠିବ। ଲୋକ ଟିକେଟ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷାରେ ରହିଥିଲେ। ଦଳୀୟ କର୍ମୀ ଖେଳ ଦେଖିଲେ। କିନ୍ତୁ ସାଧାରଣ ଲୋକେ ଅସୁବିଧାରେ ପଡ଼ିଲେ ବୋଲି ତାରା ବାହିନୀପତି ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.