ମହାକୁମ୍ଭ ସଙ୍ଗମରେ ପବିତ୍ର ସ୍ନାନ କରିଛନ୍ତି ୪୫ କୋଟିରୁ ଅଧିକ

add-all

ମହାକୁମ୍ଭ ଶେଷ ହେବାକୁ ଆଉ ମାତ୍ର ୧୫ ଦିନ ବାକି ଥିବା ବେଳେ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଭବ୍ୟ ସମାରୋହ ପରଠାରୁ ୪୫ କୋଟିରୁ ଅଧିକ ଲୋକ ସଙ୍ଗମରେ ସ୍ନାନ କରିଛନ୍ତି ବୋଲି ଉତ୍ତରପ୍ରଦେଶ ସରକାର କହିଛନ୍ତି।ମହାକୁମ୍ଭ ଫେବ୍ରୁଆରି ୨୬ ତାରିଖରେ ମହାଶିବରାତ୍ରୀ ଅବସରରେ ଶେଷ ବଡ଼ ସ୍ନାନ ସହିତ ଶେଷ ହେବ।

ଏକ ବିବୃତିରେ ଉତ୍ତରପ୍ରଦେଶ ସରକାର କହିଛନ୍ତି ଯେ ମହାକୁମ୍ଭ ଶେଷ ସୁଦ୍ଧା ପାଖାପାଖି ୫୫ କୋଟି ଲୋକ ପ୍ରୟାଗରାଜ ଗସ୍ତ କରିବେ ବୋଲି ଆଶା କରାଯାଉଛି। ମକର ସଂକ୍ରାନ୍ତି, ମୌନି ଅମାବାସ୍ୟା ଓ ବସନ୍ତ ପଞ୍ଚମୀରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଅମୃତ ସ୍ନାନ ପରେ ମଧ୍ୟ ପବିତ୍ର ସହରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଉତ୍ସାହ ଅତୁଟ ରହିଛି। ମଙ୍ଗଳବାର ପୂର୍ବାହ୍ନ ୧୦ଟା ସୁଦ୍ଧା ୭୪.୯୬ ଲକ୍ଷ ଲୋକ ସଙ୍ଗମରେ ସ୍ନାନ କରିଥିଲେ।

ବିବୃତି ଅନୁଯାୟୀ, ମୌନି ଅମାବାସ୍ୟାରେ ୮ କୋଟି ଲୋକ ସ୍ନାନ କରିଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ସର୍ବାଧିକ ଦେଖିବାକୁ ମିଳିଥିଲା। ମକର ସଂକ୍ରାନ୍ତିରେ ଅମୃତ ସ୍ନାନରେ ସାଢ଼େ ୩ କୋଟି ଓ ବସନ୍ତ ପଞ୍ଚମୀରେ ୨.୫୭ କୋଟି ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ନେତାମାନେ ସଙ୍ଗମରେ ସ୍ନାନ କରିଥିଲେ। ସେହିପରି ବଲିଉଡ୍ ଅଭିନେତା ଅନୁପମ ଖେର, ଅଲିମ୍ପିକ୍ସ ପଦକ ବିଜେତା ସାଇନା ନେହୱାଲ, କ୍ରିକେଟର ସୁରେଶ ରାଇନା ଓ କୁସ୍ତିଯୋଦ୍ଧା ଖଲି ପ୍ରମୁଖ ମହାକୁମ୍ଭରେ ଭାଗ ନେଇଥିଲେ।

ad-week
Leave A Reply

Your email address will not be published.