ମମତାଙ୍କ ବଡ଼ ଘୋଷଣା, ଅଙ୍ଗନୱାଡି-ଆଶାକର୍ମୀଙ୍କୁ ମିଳିବ ମୋବାଇଲ ଫୋନ

add-all

କୋଲକାତା,୧୨।୨: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ସରକାରୀ କର୍ମଚାରୀଙ୍କ ସହ ଅଙ୍ଗନବାଡି କର୍ମୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ସରକାର। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ରାଜ୍ୟ ବଜେଟରେ DA କିମ୍ବା ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହିକ୍ରମରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରାଯାଉଛି। ବର୍ଦ୍ଧିତ DA ୧ ଏପ୍ରିଲ ୨୦୨୫ ରୁ ଲାଗୁ ହେବ।

ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ବୁଧବାର ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟ ଭାଷଣ ସମୟରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ରେ ୪% ବୃଦ୍ଧି ଘୋଷଣା କରିଥିଲେ। ଏହା ସହିତ, ଅଙ୍ଗନୱାଡି ଏବଂ ଆଶା କର୍ମୀମାନଙ୍କୁ ମୋବାଇଲ ଫୋନ ଯୋଗାଇବାକୁ ଘୋଷଣା କରାଯାଇଛି। ବର୍ଦ୍ଧିତ DA ସହିତ, କର୍ମଚାରୀମାନେ ଏବେ ମୋଟ ୧୮% ମହଙ୍ଗା ଭତ୍ତା ପାଇବେ, ଯାହା ୧ ଏପ୍ରିଲ, ୨୦୨୪ରୁ ଲାଗୁ ହେବ।

ad-week
Leave A Reply

Your email address will not be published.