ମସ୍କ ଜଣେ ଅସୁରକ୍ଷିତ ବ୍ୟକ୍ତି: ସାମ୍‌ ଅଲ୍‌ଟମନ

add-all

ନୂଆଦିଲ୍ଲୀ: ଓପନ୍‌ ଏଆଇର ପ୍ରତିଷ୍ଠାତା ସାମ୍‌ ଅଲ୍‌ଟମନ ଓ ଟେସ୍‌ଲାର ସିଇଓ ଏଲନ୍‌ ମସ୍କଙ୍କ ମଧ୍ୟରେ ବିବାଦ ଥମିବାର ନାଁ ଧରୁନାହିଁ। ସେମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବାରେ ଲାଗିଛି।
ଅଲ୍ଟମ୍ୟାନ୍ ତାଙ୍କର ସଦ୍ୟତମ ମନ୍ତବ୍ୟରେ ମସ୍କଙ୍କୁ ଅସୁରକ୍ଷିତ ବ୍ୟକ୍ତି ବୋଲି କହିଛନ୍ତି। ପ୍ୟାରିସରେ ଅନୁଷ୍ଠିତ ଏଆଇ ଶିଖର ସମ୍ମିଳନୀ ଅବସରରେ, ଅଲ୍ଟମ୍ୟାନ୍ କହିଛନ୍ତି ଯେ ଯଦି ମସ୍କ ପ୍ରତିଯୋଗିତା କରିବାକୁ ଚାହାଁନ୍ତି, ତେବେ ସେ “ପାଗଳାମୀ’ କରିବା ପରିବର୍ତ୍ତେ ଏକ ଭଲ ଉତ୍ପାଦ ନିର୍ମାଣ କରିବା ଉଚିତ।
ଅଲ୍ଟମ୍ୟାନ୍ ପୁନରାବୃତ୍ତି କରିଥିଲେ ଯେ ଓପନଏଆଇକୁ ସେ କେବେ ବି ବିକ୍ରି କରିବେ ନାହିଁ। ସେ ଆହୁରି ବି କହିଛନ୍ତି ଯେ ମୁଁ ଭାବୁନାହିଁ ଯେ ସେ ଜଣେ ସୁଖୀ ବ୍ୟକ୍ତି ବୋଲି।
ପୂର୍ବରୁ ‘ଓପନ୍‌ ଏଆଇ’କୁ ନେଇ ମାମଲା ରୁଜୁ କରିବା ପରେ ଏବେ ଟେସ୍‌ଲାର ସିଇଓ ଏଲନ୍‌ ମସ୍କ ଏହାକୁ କିଣିବାକୁ ମନ ସ୍ଥିର କରିଛନ୍ତି। ସାମ୍ପ୍ରତିକ ରିପୋର୍ଟରୁ ଜଣାପଡିଛି ଯେ ମସ୍କଙ୍କ ଏକ ନିବେସକ ଦଳ ୯୭ ବିଲିୟନ୍‌ ଡଲାର ବଦଳରେ ‘ଓପନ୍‌ ଏଆଇ’କୁ କିଣିବାକୁ ତାହାର ମାଲିକ ସାମ୍ ଅଲ୍ଟମ୍ୟାନଙ୍କୁ ପ୍ରସ୍ତାବ ଦେଇଥିଲେ। ମାତ୍ର ଅଲ୍‌ଟମ୍ୟାନ୍‌ ତାହାକୁ ପ୍ରତ୍ୟାଖାନ କରିବା ସହ ଉତ୍ତର ଦେଇଛନ୍ତି, ‘‘ନାଇଁ ଧନ୍ୟବାଦ। ମାତ୍ର ଯଦି ତୁମେ ଚାହଁ ଆମେ ୯.୭୪ ବିଲିୟନ୍‌ରେ ଟ୍ବିଟର୍‌କୁ କିଣିବାକୁ ଚାହିଁବୁ।’’
୨୦୨୪ ମସିହାରେ ଦୁଇଥର ‘ଓପନ୍‌ ଏଆଇ’ ବିରୋଧରେ ମାମଲା ରୁଜୁ କରିବା ପରେ ମସ୍କ ଏହି ପ୍ରସ୍ତାବ ଦେଇଛନ୍ତି। ମସ୍କ ‘ଓପନ୍‌ ଏଆଇ’ ବିରୋଧରେ ପ୍ରଥମେ ୨୦୨୪ ମସିହା ଜୁଲାଇ ମାସରେ ଅଭିଯୋଗ ଆଣିଥିଲେ ଯେ କମ୍ପାନିର ପ୍ରତିଷ୍ଠାତା ନୀତିରୁ ବାହାରକୁ ଯାଉଛନ୍ତି। ମସ୍କ ତ‌ାଙ୍କ ଅଭିଯୋଗରେ କହିଥିଲେ କି କମ୍ପାନି ଅଧିକ ବାଣିଜ୍ୟିକ ଲାଭ ବା କର୍ପୋରେଟ୍ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭିନ୍ନ ଏକ ଦିଗରେ ଗତି କରୁଛି, ଯାହାକି ପ୍ରତିଷ୍ଠାନର ନୀତି ବିରୋଧୀ।
ଏହାପରେ ୨୦୨୪ ଅଗଷ୍ଟରେ ମସ୍କ ଅନ୍ୟ ଏକ ଅଭିଯୋଗ ଆଣିଥିଲେ। ଏକ ନୂତନ ମାମଲା ଦାୟର କରି ଦର୍ଶାଇଥିଲେ ଯେ କମ୍ପାନି ସର୍ବାଧିକ ଲାଭ ଆଶାରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା ଏଆଇ ଦୌଡ଼ରେ ସାମିଲ୍‌ ହୋଇଛି। ମସ୍କ କମ୍ପାନି ଉପରେ ରାକେଟିଙ୍ଗରେ ଲିପ୍ତ ଥିବାର ମଧ୍ୟ ଅଭିଯୋଗ ଆଣିଥିଲେ।

ad-week
Leave A Reply

Your email address will not be published.