ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ବିହାରରେ ଭାଜପା ସରକାର ଗଠନ କରିପାରିବ ନାହିଁ: ଲାଲୁ

add-all

ପାଟନା,୧୩।୨: ରାଷ୍ଟ୍ରୀୟ ଜନତା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି। ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ବିହାରରେ ଭାଜପା ସରକାର ଗଠନ କରିପାରିବ ନାହିଁ ବୋଲି ଲାଲୁ କହିଛନ୍ତି। ଦିଲ୍ଲୀରେ ଅରବିନ୍ଦ କେଜ୍‌ରିୱାଲଙ୍କ ସରକାରଙ୍କର ପରାଜୟ ସାମ୍ବାଦିକମାନେ ବିହାରରେ ଏହାର ପ୍ରଭାବ ବିଷୟରେ ପ୍ରଶ୍ନ କରିବାରୁ ସେ କହିଛନ୍ତି, ବିହାରର ଲୋକମାନେ ଭାରତୀୟ ଜନତା ପାର୍ଟିକୁ ଚିହ୍ନି ସାରିଛନ୍ତି। ଯେପର୍ଯ୍ୟନ୍ତ ମୁଁ ବିହାରରେ ଅଛି, ସେପର୍ଯ୍ୟନ୍ତ ଭାଜପା ଏଠାରେ ସରକାର ଗଠନ କରିବାର କୌଣସି ସମ୍ଭାବନା ନାହିଁ।
ଭାଜପା ନେତା ଲାଲୁ ଯାଦବ ଏବଂ ତେଜସ୍ବୀଙ୍କୁ ‘ଧୃତରାଷ୍ଟ୍ର’ ଏବଂ ‘ଦୁର୍ଯୋଧନ’ ବୋଲି ଡାକୁଛନ୍ତି। ୨୦୨୫ରେ ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଲାଲୁ ପ୍ରସାଦ ଯାଦବଙ୍କ କଥା ଉପରେ ଭାଜପା ମୁଖପାତ୍ର ଅରବିନ୍ଦ ସିଂହ ବାପ-ପୁଅଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଲାଲୁ ପ୍ରସାଦ ଯାଦବ ବର୍ତ୍ତମାନ ଧୃତରାଷ୍ଟ୍ର ଭୂମିକାରେ ଅଛନ୍ତି। ସେ ତାଙ୍କ ପୁଅ ଦୁର୍ଯ୍ୟୋଧନଙ୍କୁ କ୍ଷମତାକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ବ୍ୟାକୁଳ। ଲାଲୁ ପ୍ରସାଦ ଏବେ ପାଇଁ ଏହି ସ୍ବପ୍ନ ଦେଖିବା ବନ୍ଦ କରିବା ଉଚିତ, କାରଣ ସେ କେବେବି ଦୁର୍ଯୋଧନଙ୍କୁ ଶାସନ ହସ୍ତାନ୍ତର କରିପାରିବେ ନାହିଁ। ଦୁର୍ଯ୍ୟୋଧନଙ୍କ ସହ ଯାହା ଘଟିଥିଲା, ତାହା ପୁଣି ଘଟିବାକୁ ଯାଉଛି।

ad-week
Leave A Reply

Your email address will not be published.