ଆମେ ତୁମକୁ ବହୁତ ‘ମିସ୍‌’ କରୁଥିଲୁ: ମୋଦୀଙ୍କୁ କହିଲେ ଟ୍ରମ୍ପ୍‌

add-all

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କର “ପ୍ରିୟ ବନ୍ଧୁ” ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବହୁ ପ୍ରତୀକ୍ଷିତ ସାକ୍ଷାତ ସଂପନ୍ନ ‌ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ହ୍ୱାଇଟ୍ ହାଉସରେ ପ୍ରବେଶ କରିବା ସମୟରେ ଏକ ଉଷ୍ମ ଆଲିଙ୍ଗନ ପରେ ହାତ ମିଳାଇ ପାଛୋଟି ନେଇଥି‌ଲେ ଟ୍ରମ୍ପ୍‌।

ପ୍ରଧାନମନ୍ତ୍ରୀ ଆମେରିକାରେ ଅବତରଣ କରିବା ପରେ ରହିଥିବା ବ୍ଲେୟାର ହାଉସରେ ମୋଦୀଙ୍କ ପାଇଁ ଆମେରିକା ପତାକା କାଢ଼ି ତ୍ରିରଙ୍ଗା ଲଗାଇବା କଥା ସଭିଙ୍କୁ ଚକିତ କରିଛି।

ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଲିଙ୍ଗନ ଏବଂ କରମର୍ଦ୍ଦନ କରି ସ୍ୱାଗତ କରିଥିଲେ। ତାହାର କିଛି ସେକେଣ୍ଡ୍‌ ପର୍ଯ୍ୟନ୍ତ ସେ ମୋଦୀଙ୍କୁ ପ୍ରଶଂସ‌ାରେ ପୋତି ପକାଇଥିଲେ।

ଟ୍ରମ୍ପ୍‌ କହିଥିଲେ, “ଆମେ ତୁମକୁ ମନେ ପକାଉଥିଲୁ, ଆମେ ତୁମକୁ ବହୁତ ମନେ ପକାଉଥିଲୁ… ତୁମକୁ ପୁଣି ଥରେ ଦେଖି ବହୁତ ଖୁସି ଲାଗିଲା,”।

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପାଖାପାଖି ୫ ବର୍ଷ ପରେ ହ୍ବାଇଟ୍‌ ହାଉସ୍‌ରେ ମୋଦୀ-ଟ୍ରମ୍ପ ଦ୍ବିପାକ୍ଷିକ ଆଲୋଚନା ହେଉଛି । ତେଣୁ ଏହି ବୈଠକ ଉପରେ ପୁରା ବିଶ୍ବର ନଜର ରହିଛି । କଥାହେଲା, ଦ୍ବିତୀୟଥର ଲାଗି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ହେବା ପରେ ମୋଦୀଙ୍କୁ ଫୋନ୍‌ କରିଥିଲେ ଏବଂ ଆମେରିକା ଯିବାକୁ କହିଥିଲେ ।

ଆମେରିକାର ରାଷ୍ଟ୍ରପତି ହେବା ପରେ ଟ୍ରମ୍ପଙ୍କ ନୀତି ଉପରେ ପୁରା ବିଶ୍ବର ନଜର ରହିଥିଲା । ଯେହେତୁ ଆମେରିକା ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର, ତେଣୁ ଟ୍ରମ୍ପଙ୍କ ନୀତି ଉପରେ ପୂରା ବିଶ୍ବର ନଜର ।

ad-week
Leave A Reply

Your email address will not be published.