ବିଜେଡି କାହିଁକି ଭାଙ୍ଗିବ, ବିଜେପି ଭାଙ୍ଗିଯାଉ

add-all

ଭୁବନେଶ୍ବର: ‘ବିଜେଡି କାହିଁକି ଭାଙ୍ଗିବ, ବିଜେପି ଭାଙ୍ଗିଯାଉ । ପ୍ରଫୁଲ ଘଡାଇ ଜାଣିଥିବେ, କିଏ କେଉଁଠି ଷଡଯନ୍ତ୍ର କରିଥିଲା । ବିଜେଡି ଦଳ ଭିତରେ କିଛି ଷଡଯନ୍ତ୍ର ହୋଇନାହିଁ ।’ ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରଫୁଲ ଘଡାଇଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ କିଛି ଏପରି କଡା ଜବାବ ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ୍ ।

ବିଜେଡି ଭାଙ୍ଗିବା ଆଲୋଚନା ଉପରେ ପ୍ରମିଳା କହିଛନ୍ତି, ବିଜେଡି କାହିଁକି ଭାଙ୍ଗିବ, ବିଜେପି ଭାଙ୍ଗିଯାଉନି । ଆଉ ପ୍ରଫୁଲ ଜାଣିଥିବେ କିଏ କେଉଁଠି ଷଡଯନ୍ତ୍ର କରିଛି । ଦଳରେ କେଉଁଠି ବି ଷଡଯନ୍ତ୍ର ଚାଲିନାହିଁ । ଦଳ ଯେମିତି ନବୀନଙ୍କ ନେତୃତ୍ବରେ ଚାଲିଥିଲା ସେମିତି ଚାଲିଛି ।

ତେବେ କହିରଖୁଛୁ, ଏକ ଆୟୋଜିତ ସଭାରେ ପ୍ରଫୁଲ ଘଡେଇ ଯୋଗ ଦେଇଥିବା ବେଳେ କିଭଳି ଚକ୍ରାନ୍ତ କରି ତାଙ୍କୁ ଓ ତାଙ୍କ ପୁଅକୁ କୋରେଇରୁ ଦୂରେଇ ଦିଆଗଲା ସେନେଇ ସବୁ ବଖାଣିଥିଲେ ଘଡେଇ । ସେ କହିଥିଲେ, ସେ ଦଳୀୟ ଚକ୍ରାନ୍ତର ପାଇଁ ସକ୍ରିୟ ରାଜନୀତିରୁ ଦୂରେଇ ରହିଛନ୍ତି । ଲୋକଙ୍କ ଇଚ୍ଛା ନଥିଲେ ମଧ୍ୟ କୋରେଇରୁ ତାଙ୍କୁ ଦୁରେଇ ଦିଆଗଲା ।  ଅହଙ୍କାର ଯୋଗୁଁ ଦଳ ଏବଂ ସରକାର ଭାଙ୍ଗିଥାଏ ବୋଲି କହି ବିଜେଡିକୁ ପରୋକ୍ଷରେ ବାଣ ମାରିଛନ୍ତି ପ୍ରଫୁଲ୍ଲ । ଯାହାକୁ ନେଇ କିଛି ଏପରି ଜବାବ ରଖିଛନ୍ତି ପ୍ରମିଳା ।

ad-week
Leave A Reply

Your email address will not be published.