ଭିଜିଲାନ୍ସ ଜାଲରେ କଲେଜ ଜୁନିଅର କ୍ଲର୍କ, ଛାତ୍ରଙ୍କଠାରୁ ନେଉଥିଲେ ଲାଞ୍ଚ

add-all

ଭୁବନେଶ୍ୱର: ଭିଜିଲାନ୍ସ ହାତରେ ଧରାପଡିଲେ ଦେବଗଡ଼ କଲେଜର ଜୁନିଅର କ୍ଲର୍କ ମଞ୍ଜୁଲା ପ୍ରଧାନ। ସେ ଜଣେ ପୂର୍ବତନ ଛାତ୍ର (ଅଭିଯୋଗକାରୀ)ଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଧରାଡିଛନ୍ତି।

ଅଭିଯୋଗକାରୀ ଏବଂ ଉକ୍ତ କଲେଜର ଅନ୍ୟ ଜଣେ ପୂର୍ବତନ ଛାତ୍ରଙ୍କ ନଷ୍ଟ ହୋଇଥିବା ମୂଳ ପ୍ରମାଣପତ୍ର ବଦଳରେ ନୂତନ ମୂଳ +୨ ସାର୍ଟିଫିକେଟ୍ ପ୍ରଦାନ କରିବା ପାଇଁ ସେ ଏହି ଲାଞ୍ଚ ନେଉଥିଲେ। ଲାଞ୍ଚ ନେବା ବେଳେ ରେଡ ହ୍ୟାଣ୍ଡରେ ଧରାପଡିଛନ୍ତି ଜୁନିଅର କ୍ଲର୍କ ମଞ୍ଜୁଲା ପ୍ରଧାନ। ତାଙ୍କ ନିକଟରୁ ସମସ୍ତ ୧୦,୦୦୦ ଟଙ୍କା ଲାଞ୍ଚ ରାଶି ଜବତ କରାଯାଇଛି।

ଏହି ଘଟଣା ପରେ ମଞ୍ଜୁଲା ପ୍ରଧାନଙ୍କ ୨ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି। ଏହି ସମ୍ପର୍କରେ, ରାଉରକେଲା ଭିଜିଲାନ୍ସ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତ ଜୁନିଅର କ୍ଲର୍କଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଛି।

ad-week
Leave A Reply

Your email address will not be published.