ବାଂଲାଦେଶକୁ ପାଣ୍ଠିଯୋଗାଣ ବନ୍ଦ କଲେ ମସ୍କ୍

add-all

ନୂଆଦିଲ୍ଲୀ : ଏଲନ୍ ମସ୍କଙ୍କ ନେତୃତ୍ବରେ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ଏବେ କାର୍ଯ୍ୟରେ ଲାଗିଛି। ଇତିମଧ୍ୟରେ ଆମେରିକୀୟ ଟିକସଦାତାଙ୍କ ଟଙ୍କା ସଞ୍ଚୟ କରିବା ପାଇଁ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ଅନେକ ବିଦେଶୀ ପ୍ରକଳ୍ପକୁ ବାତିଲ କରିଛି। ଏହି ତାଲିକାରେ ବାଂଲାଦେଶର ଏକ ପ୍ରକଳ୍ପ ରହିଛି।
ବିଭାଗ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । କୋଟିପତି ଏଲନ୍ ମସ୍କଙ୍କ ନେତୃତ୍ବାଧୀନ ବିଭାଗ କହିଛି ଯେ ବାଂଲାଦେଶର ରାଜନୈତିକ ଦୃଶ୍ୟପଟକୁ ସୁଦୃଢ଼ କରିବା ପାଇଁ ଦିଆଯିବାକୁ ଥିବା ୨୯ ନିୟୁତ ଡଲାର ପାଣ୍ଠି ରଦ୍ଦ କରାଯାଉଛି।
ଏକ୍ସରେ ଏକ ପୋଷ୍ଟରେ ଡିଓଜିଇ ବିଦେଶରେ ବାତିଲ ହୋଇଥିବା ଆମେରିକୀୟ ପାଣ୍ଠିର ଏକ ତାଲିକା ଜାରି କରି କହିଛି, ବାଂଲାଦେଶର ରାଜନୈତିକ ଦୃଶ୍ୟପଟକୁ ସୁଦୃଢ଼ କରିବା ପାଇଁ ୨୯ ନିୟୁତ ଡଲାର ରଖାଯାଇଥିଲା। ଗତ ବର୍ଷ ବାଂଲାଦେଶରେ ଶାସନ ପରିବର୍ତ୍ତନରେ ଆମେରିକାର ସମ୍ପୃକ୍ତି ଅଭିଯୋଗକୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଖଣ୍ଡନ କରିବାର କିଛି ଦିନ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ad-week
Leave A Reply

Your email address will not be published.