ମହାକୁମ୍ଭରେ ବୁଡ଼ ପକାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

add-all

ପ୍ରୟାଗରାଜ, ୧୬।୨: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ଅଂଶଗ୍ରହଣ କରି କରିଛନ୍ତି। ପତ୍ନୀ ମୃଦୁଳା ଠାକୁର ପ୍ରଧାନଙ୍କ ସହିତ ଧର୍ମେନ୍ଦ୍ର ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଥିଲେ, ଯାହା ତିନୋଟି ପବିତ୍ର ନଦୀ, ଗଙ୍ଗା, ଯମୁନା ଏବଂ ରହସ୍ୟମୟ ସରସ୍ୱତୀଙ୍କ ସଙ୍ଗମ ସ୍ଥଳୀ।

“ମହାକୁମ୍ଭ ସନାତନ ସଭ୍ୟତା, ସଂସ୍କୃତି, ଦର୍ଶନ ଏବଂ ଆମର ଚିରନ୍ତନ ପରମ୍ପରାର ସଜୀବତାର ପ୍ରମାଣ।

ମା ଗଙ୍ଗା, ମା ଯମୁନା ଏବଂ ମା ସରସ୍ୱତୀଙ୍କ ଦିବ୍ୟ ନଦୀର ସଙ୍ଗମରେ ମୋ ପରିବାର ସହିତ ପବିତ୍ର ବୁଡ଼ ପକାଇବା ମୋର ପରମ ସୌଭାଗ୍ୟ। ସଙ୍ଗମରେ ଅମୃତ ସ୍ନାନ କରିବା ମୋ ପାଇଁ ଏକ ଅବିସ୍ମରଣୀୟ ଅଭିଜ୍ଞତା। ମୁଁ କାମନା କରୁଛି ଯେ ମା ଗଙ୍ଗା ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ,” ପ୍ରଧାନ ତାଙ୍କ ଏକ୍ସ’ ହ୍ୟାଣ୍ଡେଲରେ ଲେଖିଛନ୍ତି।

ଜାନୁଆରୀ ୧୩ ତାରିଖରୁ, ପ୍ରୟାଗରାଜରେ ୪୩ ଦିନ ବ୍ୟାପୀ ମହାକୁମ୍ଭ ମେଳାରେ ୫୦ କୋଟିରୁ ଅଧିକ ତୀର୍ଥଯାତ୍ରୀ ପବିତ୍ର ସଙ୍ଗମରେ ବୁଡ଼ ପକାଇଛନ୍ତି। ୨୬ ଫେବୃଆରୀରେ ପବିତ୍ର ମହାଶିବରାତ୍ରି ଅବସରରେ ମହାକୁମ୍ଭ ଶେଷ ହେବ। ତେବେ ଏହା ପୂର୍ବରୁ ତୀର୍ଥଯାତ୍ରୀଙ୍କ ଆଗମନ ଜାରି ରହିବ ବୋଲି ଆଶା କରାଯାଉଛି।

ad-week
Leave A Reply

Your email address will not be published.