ଓଡ଼ିଶାରେ IPL ଟ୍ରଫି: ଶ୍ରୀମନ୍ଦିରରେ ହେଲା ପୂଜା

add-all

ପୁରୀ,୧୬।୨: ଶ୍ରୀକ୍ଷେତ୍ର ପୁରୀରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ରବିବାର ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) କ୍ରିକେଟ୍ ମ୍ୟାଚ୍ ର ଟ୍ରଫି ମହାପ୍ରଭୁ ଜଗନ୍ନାଥ ମନ୍ଦିରକୁ ନିଆଯାଇଥିଲା। ସେଠାରେ ସେବାୟତମାନେ ଟ୍ରଫିକୁ ପୂଜାର୍ଚ୍ଚନା କରିଥିଲେ। ଟ୍ରଫି ଦେଖିବା ପାଇଁ ସେଠାରେ ବହୁ ସଂଖ୍ୟାରେ ଲୋକ ଜମା ହୋଇଥିଲେ।

ମାର୍ଚ୍ଚ ମାସରୁ IPL ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାରୁ, ରବିବାର ପୁରୀର ଶ୍ରୀମନ୍ଦିରକୁ IPL ଟ୍ରଫି ଅଣାଯାଇଛି ଏବଂ ପୂଜାର୍ଚ୍ଚନା କରାଯାଇଛି। ଦେଶର ପ୍ରସିଦ୍ଧ ମନ୍ଦିରଗୁଡ଼ିକୁ IPL ଟ୍ରଫି ନିଆଯାଇ ପୂଜାର୍ଚ୍ଚନା କରାଯିବ ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ କୋଲକାତା ନାଇଟ୍ ରାଇଡର୍ସ ଗତବର୍ଷ IPL ଟ୍ରଫି ଜିତିଥିଲେ ମଧ୍ୟ, ଦଳର ସଦସ୍ୟମାନେ ବର୍ତ୍ତମାନର IPL ଟ୍ରଫିକୁ କିପରି ନିଜ ପାଖରେ ରଖିବେ ସେ ବିଷୟରେ ଆଶାବାଦୀ ଅଛନ୍ତି। ଅନ୍ୟପକ୍ଷରେ, ଶ୍ରୀମନ୍ଦିରର ସେବାୟତମାନେ IPL ଟ୍ରଫି ଦେଖିବା ପରେ ବହୁତ ଉତ୍ସାହିତ।

ad-week
Leave A Reply

Your email address will not be published.