୨୬ ପର୍ଯ୍ୟନ୍ତ ଗଙ୍ଗା ଆଳତି ବନ୍ଦ, ବାରାଣସୀ​‌ରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା

add-all

ବାରାଣସୀ : ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ଯୋଗୁଁ ରାଜ୍ୟର ଅନ୍ୟ ପ୍ରମୁଖ ତୀର୍ଥସ୍ଥାନ ଯଥା ଅଯୋଧ୍ୟା ରାମ ମନ୍ଦିର, ବାରାଣସୀ, କାଶୀ ବିଶ୍ବନାଥ ଓ ଅନ୍ୟାନ୍ୟ ସ୍ଥାନରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି। ଏପରି ଭିଡକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି। କଟକଣା ଅନୁଯାୟୀ ବାରାଣସୀର ଗଙ୍ଗା ନଦୀ କୂଳର ବିଭିନ୍ନ ଘାଟରେ ପ୍ରତିଦିନ ହେଉଥିବା ଗଙ୍ଗା ଆଳତିକୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ସେହିପରି ଗଙ୍ଗା ନଦୀରେ ସନ୍ଧ୍ୟା ୬ଟା ପରେ ନୌକା ବିହାରକୁ ବନ୍ଦ କରାଯାଇଛି। ବାରାଣସୀ​‌ରେ ଟ୍ରାଫିକ ସମସ୍ୟାକୁ ଦୂର କରିବା ଲାଗି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ମହାକୁମ୍ଭ ଯୋଗୁଁ କାଶୀ ବିଶ୍ବନାଥ ମନ୍ଦିରରେ ଦୈନିକ ୮ଲକ୍ଷ ଭକ୍ତଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.