ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ୮ ମାସରେ ୫୦ ସରକାରୀ ବାବୁଙ୍କ ନାଁରେ ମାମଲା

add-all

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଜାରି ରହିଛି ବିଭିନ୍ନ ବିଭାଗର ପ୍ରଶ୍ନକାଳ। ଏହାରି ଭିତରେ ରାଜ୍ୟରେ ଦୁର୍ନୀତିକୁ ନେଇ ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଧରିବାକୁ ଭିଜିଲାନ୍ସ ଚେଷ୍ଟା ଜାରି ରଖିଥିବା ବେଳେ, ଗତ ୮ ମାସ ଭିତରେ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୫୦ ସରକାରୀ ଅଧିକାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି।

ରାଜ୍ୟରେ ଦୁର୍ନୀତିଖୋର୍ ବାବୁଙ୍କ ବିରୋଧରେ ସରକାରଙ୍କ କଡ଼ା ଆଭିମୁଖ୍ୟ। ୮ ମାସରେ ୫୦ ସରକାରୀ ଅଧିକାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ମାମଲା ରୁଜୁ ହୋଇଛି। ମୋଟ୍ ୧୧୭ କୋଟିର ଆୟ ବହିର୍ଭୂତ ସଂପତ୍ତି ଜବତ ହୋଇଛି। ୧୧ ଅଧିକାରୀଙ୍କ ନିକଟରୁ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗହଣା, ଘର ପ୍ଲଟ ଜବତ ହୋଇଛି।

ସେହିପରି ୧୩ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୯ ଜଣ ନିର୍ଦ୍ଦୋଷରେ ଖଲାସ ମଧ୍ୟ ହୋଇଛନ୍ତି। ରାଜ୍ୟରେ ମୋଟ୍ ୩୬୯୨ଟି ଭିଜିଲାନ୍ସ ମାମଲା ବିଚାରାଧୀନ ରହିଛି।

ad-week
Leave A Reply

Your email address will not be published.