ଭିଜିଲାନ୍ସ ଜାଲରେ କିରାଣି, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ

add-all

ସୁନ୍ଦରଗଡ଼ : ଭିଜିଲାନ୍ସ ଜାଲରେ ରାଜସ୍ୱ ବିଭାଗ କିରାଣୀ ।  ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ ।  ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ତହସିଲ ଅଫିସ ଜୁନିୟର କିରାଣି ଗୋଲକ ନାୟକ ଏକ ଜମି ଚିହ୍ନଟ ଫାଇଲ ପ୍ରୋସେସିଙ୍ଗ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।  ଆଜି ଟଙ୍କା ନେବା ପରେ ଟଙ୍କାକୁ ଅନ୍ୟ ଜଣେ ବ୍ୟକ୍ତି ଅରୁଣ ସେଠଙ୍କୁ ହସ୍ତାନ୍ତର କରିଥିଲେ।

ଉଭୟଙ୍କୁ ଅଟକ ରଖିଛି ଭିଜିଲାନ୍ସ।  ପ୍ରକାଶ ଅନନ୍ତ ଜମି ଡିମାର୍କେସନ୍ ପାସ କରାଇବା ପାଇଁ ଦୀର୍ଘ ଦିନ ହେଲା କିରାଣି ଗୋଲକ ନାଏକଙ୍କୁ ଅନୁରୋଧ କରି ଆସୁଥିଲେ ।  ଟଙ୍କା ନ ଦେଲେ କାମ ହେବନି ବୋଲି କହି ଆସୁଥିଲେ ଗୋଲକ।  ୩୦ ହଜାର ଟଙ୍କା ଦେଲେ କାମ ହେବ ବୋଲି କହିଥିଲେ । ଶେଷରେ ବାଧ୍ୟ ହୋଇ ଅନନ୍ତ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଆଉ ଆଜି ତହସିଲ କାର୍ଯ୍ୟାଳୟରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସି ଥିଲା।

ad-week
Leave A Reply

Your email address will not be published.