ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍

add-all

ଭୁବନେଶ୍ଵର: ବଡ ଖବର । ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ରେଡ୍ । ବିଷ୍ଣୁପଦଙ୍କ ଭୁବନେଶ୍ବରରେ ଥିବା ସରକାରୀ କ୍ବାର୍ଟର୍ସରେ ଚାଲିଛି ରେଡ୍‌ । ସକାଳ ୮ଟାରୁ ସିବିଆଇର ୮ ଜଣିଆ ଟିମ୍ ବିଷ୍ଣୁପଦ ସେଠୀଙ୍କ ବାସଭବନରେ ରେଡ୍‌ ଜାରି ରଖିଛନ୍ତି । ବ୍ରିଜ୍‌ ଆଣ୍ଡ ରୁଫ୍‌ କମ୍ପାନୀରେ ହୋଇଥିବା କେଳେଙ୍କାରୀ ମାମଲାରେ ରେଡ୍‌ କରାଯାଉଥିବା ନେଇ ସୂଚନା ମିଳିଛି ।

ଅନ୍ୟପଟେ ସିବିଆଇ ରେଡ୍‌କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ । କହିଛନ୍ତି, “ମୁଁ ଗତ ୩୦ ବର୍ଷ ହେଲା ଓଡିଶା ସରକାରରେ ନିଷ୍ଠାର ସହ କାମ ମରିଛି । କେବେ କୌଣସି କାମରେ ଖିଲାପ କରିନାହିଁ । ମୋ ଘରେ ଜୋରଜବରଦସ୍ତ ରେଡ୍‌ ଚାଲିଛି । ମହିଳା ପୋଲିସଙ୍କ ବିନା ରେଡ୍‌ କରାଯାଉଛି । ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ସହିତ ମୋର କୌଣସି ସମ୍ପର୍କ ନାହିଁ । ମୁଁ ଚାକିରିରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି । ମୋର କିଛି ଦୋଷ ନାହିଁ । ଏହା ଏକ ଷଡଯନ୍ତ୍ର ଭଳି ଲାଗୁଛି ବୋଲି କହିଛନ୍ତି ବିଷ୍ଣୁପଦ ସେଠୀ ।

ସୂଚନା ଥାଉକି, ଗତ ୨୦୨୪ ଡିସେମ୍ୱର ୬ ତାରିଖରେ ମେ’ ଫେୟାର ସାମ୍ନାରେ ଏକ ଦାମୀ କାରରେ ଦେଢ଼ କୋଟି ଟଙ୍କାର ଡିଲ ପାଇଁ ୧୦ ଲକ୍ଷର ଲାଞ୍ଚ କାରବାର ହେଉଥିବା ଜାଣି ରେଡ୍ ମାରିଥିଲା ଦିଲ୍ଲୀ ସିବିଆଇ । ଏଥିସହ ବ୍ରିଜ ଏଣ୍ଡ୍  ରୁଫ କଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡରେ ତନାଘନା କରିଥିଲା  ସିବିଆଇ ।

ବିଷ୍ଣୁପଦ ସେଠୀ ଏବେ ରାଜ୍ୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଭଳି ୩ଟି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି।

ଏହି ବିଭାଗଗୁଡ଼ିକର ଏକାଧିକ ଭିତ୍ତିଭୂମି ପ୍ରକଳ୍ପ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣାଧୀନ ଅଛି। ଏଥିରୁ ଅନେକ ପ୍ରକଳ୍ପର ନିର୍ମାଣ ପାଇଁ ବ୍ରିଜ୍ ଆଣ୍ଡ ରୁଫ୍ କନଷ୍ଟ୍ରକ୍ସନ କର୍ପୋରେସନକୁ ଠିକା ଦିଆଯାଇଥିଲା। ଏଥିରେ ଟେଣ୍ଡର୍ ଫିକ୍ସିଂ ନେଇ ହୋଇଥିବା ଅଭିଯୋଗର ରହସ୍ୟ ଖୋଲିବାକୁ ସିବିଆଇ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.