କିଟ୍‌ ଛାତ୍ରୀ ଆତ୍ମହତ୍ୟା ମାମଲା: ନେପାଳରେ ବିକ୍ଷୋଭ

add-all

ଭୁବନେଶ୍ଵର: କିଟ୍‌ ବିଶ୍ଵବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ମାମଲାକୁ ନେଇ ନେପାଳରେ ପ୍ରତିବାଦ କରାଯାଇଛି। କାଠମାଣ୍ଡୁରେ ନେପାଳି କଂଗ୍ରେସ ଛାତ୍ର ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି। ଆତ୍ମହତ୍ୟା କରିଥିବା ନେପାଳି ଛାତ୍ରୀଙ୍କୁ ନ୍ୟାୟ ଦାବି କରି ସଂଘ ବିକ୍ଷୋଭ ପ୍ରଦର୍ଶନ କରିଛି। ବିଶ୍ଵବିଦ୍ୟାଳୟର ଜଣେ ୩ୟ ବର୍ଷ ଛାତ୍ରର ନିର୍ଯାତନାରୁ ଛାତ୍ରୀଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛି ନେପାଳି କଂଗ୍ରେସ ଛାତ୍ର ସଂଘ।

ସୂଚନାଯୋଗ୍ୟ, ରବିବାର ଅପରାହ୍ନରେ କିଟ୍ ହଷ୍ଟେଲ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିଲେ। ଏକ ରୁମରୁ ନେପାଳୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ନେପାଳ ଛାତ୍ରଛାତ୍ରୀ କର୍ତ୍ତୃପକ୍ଷଙ୍କ ବିରୋଧରେ ହୋ-ହଲ୍ଲା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ଲାଗି ପୁଲିସ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନୟାନ୍ତ ହୋଇଥିଲେ। ସ୍ଥିତି ଅଣାୟତ୍ତ ହେବାରୁ ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସକୁ ‘ସାଇନ-ଏ-ଡାଏ’ ଘୋଷଣା କରାଯାଇଥିଲା। ତୁରନ୍ତ ହଷ୍ଟେଲ ଖାଲି କରିବା ଲାଗି ସେମାନଙ୍କୁ ନିର୍ଦେଶ ଦିଆଯାଇ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରୁ ଓ କ୍ୟାମ୍ପସରୁ ଜୋରଜବରଦସ୍ତ ନେଇ ବସ୍‌ଯୋଗେ କଟକ ରେଳ ଷ୍ଟେସନରେ କର୍ତ୍ତୃପକ୍ଷ ଛାଡ଼ିଦେଇଥିଲେ। ସ୍ବଦେଶ ଫେରିବା ଲାଗି ସେମାନେ ନାହିଁ ନଥିବା ହିନସ୍ତା ହୋଇଥିଲେ। ଏହି ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ସାମାଜିକ ଗଣମାଧ୍ୟମରେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏପରିକି ଏହାକୁ ନେଇ ନେପାଳ ପାର୍ଲାମେଣ୍ଟରେ ମଧ୍ୟ ଚର୍ଚ୍ଚା ହୋଇଥିଲା। ଭାରତ-ନେପାଳ କୁଟନୈତିକସ୍ତରରେ ଆଲୋଚନା ଚାଲିଥିବା ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଦର୍ଶାଇଥିଲେ। ମୃତ ଛାତ୍ରୀ ହେଲେ ବି.ଟେକ୍ ତୃତୀୟ ବର୍ଷରେ ପଢ଼ୁଥିବା ପ୍ରକୃତି ଲମସାଲ। ଅଭିଯୋଗ ପରେ ଇନ୍‌ଫୋସିଟି ଥାନା ପୁଲିସ ଅଭିଯୁକ୍ତ ଛାତ୍ରକୁ ଗିରଫ କରି ସୋମବାର ଅଦାଲତ ଚାଲାଣ କରିଛି। ଗିରଫ ଛାତ୍ର ଲ‌େ‌କ୍ଷ୍ମୗର ଅଭିକ ଶ୍ରୀବାସ୍ତବ ବୋଲି ଜଣାପଡ଼ିଛି।

ad-week
Leave A Reply

Your email address will not be published.