ନେପାଳର ଛାତ୍ରୀ କିଟ୍‌ରେ ମୃତ୍ୟୁ ମାମଲା: ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ବର: କିଟ୍‌ ବିଶ୍ବବିଦ୍ୟାଳୟରେ ଗତ ରବିବାର ଦିନ ଇଞ୍ଜିନିୟରିଂ ଛାତ୍ରୀ ପ୍ରକୃତି ଲାମ୍‌ସା (୧୯)ଙ୍କ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ନେପାଳ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ କଥା ହୋଇଛନ୍ତି। ଶ୍ରୀ ମାଝୀ ଆଜି ଦିଲ୍ଲୀରେ ନେପାଳ ବୈଦେଶିକ ବ୍ୟାପାର ବିଭାଗର କାଉନ୍‌ସିଲର ସଂଜୀବ ଦାସ ଶର୍ମାଙ୍କ ସହିତ କଥା ହେବା ସହିତ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କିଟ୍‌ ବିଶ୍ବବିଦ୍ୟାଳୟରେ ସ୍ଥିତି ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ଶ୍ରୀ ମାଝୀ ପ୍ରତିଶ୍ରୁତି ଦେଇଛନ୍ତି। ଏଥି ସହିତ ଶ୍ରୀ ମାଝୀ ନେପାଳୀ ଛାତ୍ରଛାତ୍ରୀମାନଙ୍କୁ କିଟ୍‌ ଫେରି ଆସିବା ପାଇଁ ଅପିଲ କରିଛନ୍ତି।
ଏନେଇ ରାଜ୍ୟ ଅତିଥି ଭବନରେ ନେପାଳର ଅଧିକାରୀଙ୍କ ଉପସ୍ଥିତିରେ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା। ଏଥିରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ୍‌, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ ମନେଜା ଆହୁଜା ଉପସ୍ଥିତ ଥିଲେ। ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଆରଜୁ ରାଣା ଦେଉବା ମଧ୍ୟ ଶ୍ରୀ ସୂରଜଙ୍କ ସହିତ ମୋବାଇଲ୍‌ ଫୋନ୍‌ରେ କଥା ହୋଇଥିଲେ।
ରାଜ୍ୟ ସରକାର ଆଜି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଜଣେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ବରେ ଏହି କମିଟି ଘଟଣାର ତଦନ୍ତ କରିବ। ଏହି କମିଟିରେ ଗୃହ ବିଭାଗର ପ୍ରମୁଖ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଓ ଉଚ୍ଚଶିକ୍ଷା ବିଭାଗର ସଚିବଙ୍କୁ ମଧ୍ୟ ସାମିଲ କରାଯାଇଛି।
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି, ଆଜି ସକାଳେ ଅତିରିକ୍ତ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଘଟଣାର ତଦନ୍ତ କରାଯାଇଥିଲା। ଏହି ତଦନ୍ତ ବେଳେ ଯେଉଁ ତଥ୍ୟ ମିଳିଲା, ଏହି କଥାକୁ ଆହୁରି ପରୀକ୍ଷା ନିରୀକ୍ଷା କରାଯିବାର ଆବଶ୍ୟକତା ରହିଛି। ଏଥି ପାଇଁ ଉଚ୍ଚସ୍ତରୀୟ କମଟ ଗଠନ କରାଯାଇଛି। କିଟ୍‌ରେ କେଉଁ କାରଣରୁ ସାଇନ୍ ଡାଏନ ଘୋଷଣା କରାଗଲା। ଏହା ପଛରେ କାରଣ କ’ଣ ରହିଛି? ନେପାଳର ଛାତ୍ରଛାତ୍ରୀମାନଙ୍କୁ କାହିଁକି କଟକ ଷ୍ଟେସନରେ ଛଡ଼ାଗଲା? ଏହି ନିଷ୍ପତ୍ତି ନେବା ପୂର୍ବରୁ କିଟ୍ କର୍ତ୍ତୃପକ୍ଷଙ୍କ ତରଫରୁ ଶିକ୍ଷା ବିଭାଗ ଓ ଗୃହ ବିଭାଗକୁ ଜଣାଯାଇ ନାହିଁ।

ad-week
Leave A Reply

Your email address will not be published.