ଆମ ସମ୍ପର୍କ ଫେଭିକଲ ଭଳି ଅତୁଟ, କେବେ ତୁଟିବନି: ସିନ୍ଦେ

add-all

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ସିନ୍ଦେ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ଫଡନବିସଙ୍କ ସହିତ ତାଙ୍କ ସମ୍ପର୍କ ଫେଭିକଲ ଅଠା ଭଳି। କେବେ ଭାଙ୍ଗିବ ନାହିଁ। ଗତ ଗୁରୁବାର ସେ ଯେଉଁ ଇସାରା କରିଥିଲେ ତାହା ଶାସକ ମେଣ୍ଟ ପାଇଁ ନ ଥିଲା। ତାଙ୍କୁ ହାଲୁକାରେ ନ ନେବାକୁ ସେ ଯେଉଁ ଚେତାବନୀ ଦେଇଥିଲେ ତାହା ବିରୋଧୀଙ୍କ ପାଇଁ ଥିଲା ବୋଲି ସିନ୍ଦେ କହିଛନ୍ତି।

ଦିନିକିଆ ବିଦର୍ଭ ଗସ୍ତ ସମୟରେ ସିନ୍ଦେ କହିଛନ୍ତି, ଭୋଟରମାନେ ଉଦ୍ଧବ ଠାକରେଙ୍କୁ ଏପରି ଏକ ଧକ୍କା ଦେଇଛନ୍ତି ଯେ, ଶିବସେନା(ୟୁବିଟି) ସବୁଦିନ ପାଇଁ ଘରେ ବସିବାକୁ ବାଧ୍ୟ ହୋଇଛି। ଫଡନବିସଙ୍କ ସହିତ ତାଙ୍କ ସମ୍ପର୍କକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଭୁଲ। ଆମ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ଫେଭିକଲ ଭଳି ଅତୁଟ। ତାହା କେବେ ତୁଟିବ ନାହିଁ।

ad-week
Leave A Reply

Your email address will not be published.