୧୩.୯ କୋଟିର କାମ୍ପା ଅର୍ଥରେ କିଣାଯାଇଛି ଆଇଫୋନ, ଫ୍ରିଜ, ଲାପଟପ୍‌

youtube

କ୍ଷତିପୂରକ ବନୀକରଣ ପରିଚାଳନା ଏବଂ ଯୋଜନା କର୍ତ୍ତୃପକ୍ଷ(କାମ୍ପା) ପାଣ୍ଠି ଅର୍ଥରେ କିଣା ହୋଇ ଆଇଫୋନ, ଫ୍ରିଜ ଏବଂ ଲାପଟପ। ଲକ୍ଷେ କି ୨ ଲକ୍ଷ ନୁହେଁ, ସିଧାସଳଖ ୧୩ କୋଟି ୯୦ ଲକ୍ଷ ଟଙ୍କା ଏଭଳି ଅଯଥା ଖର୍ଚ୍ଚରେ ବିନିଯୋଗ କରାଯାଇଛି। ଏହି ଦୁର୍ନୀତିକୁ ଧରିଛନ୍ତି ସିଏଜି। ଉତ୍ତରାଖଣ୍ଡରେ ଜଙ୍ଗଲ ଜମିରେ ଉନ୍ନୟନମୂଳକ କାର୍ଯ୍ୟ କରାଯିବା ପରେ ତାହାର କ୍ଷତିଭରଣା କରିବା ଲାଗି ନୂତନ ବନୀକରଣ ଯୋଜନା ସକାଶେ କାମ୍ପା ପାଣ୍ଠିରୁ ଏହି ଅର୍ଥ ବିନିଯୋଗ ହେବାର ଥିଲା। କିନ୍ତୁ ତାହାକୁ ଅନ୍ୟବାଟରେ ବିନିଯୋଗ କରାଯାଇଥିବା ପ୍ରମାଣ ପାଇଛି ସିଏଜି। ୨୦୧୯ ଜୁଲାଇରୁ ୨୦୨୨ ନଭେମ୍ବର ମଧ୍ୟରେ ଉକ୍ତ ଅର୍ଥକୁ ଆଇଫୋନ, ଲାପଟପ, ଫ୍ରିଜ, କୁଲର ଏବଂ ଷ୍ଟେସନାରୀ ସାମଗ୍ରୀ କିଣାରେ ଖର୍ଚ୍ଚ କରାଯାଇଛି।

ଯେତେବେଳେ ଜଙ୍ଗଲ ଜମିକୁ ଅଣଜଙ୍ଗଲ କାର୍ଯ୍ୟରେ ଯେପରି କି ଶିଳ୍ପ ପ୍ରତିଷ୍ଠା ଏବଂ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣରେ ବ୍ୟବହାର କରାଯାଏ, ସେତେବେଳେ ସମାନ ପରିମାଣ ଜମିରେ ବନୀକରଣ ବ୍ୟବସ୍ଥା କରାଯାଇଥାଏ। ଏଥିପାଇଁ କାମ୍ପା ଜରିଆରେ ସରକାର ଅର୍ଥ ଯୋଗାଇ ଥାଆନ୍ତି। କିନ୍ତୁ ଉତ୍ତରାଖଣ୍ଡରେ ଏହି ଅର୍ଥ ବିନିଯୋଗରେ ଘୋର ଅନିୟମିତତା ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।

Leave A Reply

Your email address will not be published.