ଓଡ଼ିଶୀ ନୃତ୍ୟ ଗୁରୁ ମାୟାଧର ରାଉତଙ୍କ ଦେହାନ୍ତ

add-all

ଭୁବନେଶ୍ୱର: ଓଡ଼ିଶୀ ନୃତ୍ୟ ଗୁରୁ ମାୟାଧର ରାଉତ ଦିଲ୍ଲୀ ବାସଭବନରେ ଶନିବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା।

ପରିବାର ବର୍ଗଙ୍କ ସୂଚନା ଅନୁଯାୟୀ, ଆଜି ସକାଳେ ସେ ନାତିନାତୁଣୀ ତଥା ପରିବାରର ଅନ୍ୟ ସଦସ୍ୟଙ୍କ ଗହଣରେ ଖିଆପିଆ କରିଥିଲେ। ତାଙ୍କର କୌଣସି ରୋଗନଥିଲା ବେଳେ ବାର୍ଦ୍ଧକ୍ୟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି।

ତେବେ ତାଙ୍କର ଅନ୍ତିମ ସଂତ୍କାର ଲୋଧି ରୋଡ୍ ଶ୍ମଶାନରେ କରାଯିବ ବୋଲି ଜଣାପଡିଛି।

ତାଙ୍କ ପରିବାରରେ ଝିଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ମଧୁମିତା ରାଉତ, ଏବଂ ପୁଅ ମନୋଜ ଏବଂ ମନ୍ମଥ ରାଉତ ଅଛନ୍ତି। ୨୦୧୭ ମସିହାରେ ତାଙ୍କ ପତ୍ନୀ ମମତା ରାଉତଙ୍କ ମୃତ୍ୟୁ ହୋଇଥିଲା।

୬ ଜୁଲାଇ ୧୯୩୩ ମସିହାରେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ବେଳେ ସେ ସାତ ବର୍ଷ ବୟସରୁ ‘ଗୋଟିପୁଅ’ ନୃତ୍ୟ ତାଲିମ ନେବା ଆରମ୍ଭ କରିଥିଲେ। ୧୯୪୪ ମସିହାରେ ସେ ପ୍ରଥମ ଥର ପାଇଁ ମଞ୍ଚରେ ‘ଗୋଟିପୁଅ’ ନୃତ୍ୟ ପରିବେଷଣ କରିଥିଲେ।

ଓଡିଶୀ ନୃତ୍ୟ ପ୍ରତି ତାଙ୍କର ବିଶେଷ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଏବଂ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଭଳି ବହୁ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ad-week
Leave A Reply

Your email address will not be published.