ଭୁଶୁଡ଼ିଲା ନିର୍ମାଣାଧୀନ ସୁଡ଼ଙ୍ଗର ଛାତ, ଭଗ୍ନାବଶେଷ ତଳେ ଫସି ରହିଛନ୍ତି ୬ରୁ ଅଧିକ ଶ୍ରମିକ

add-all

ନୂଆଦିଲ୍ଲୀ: ତେଲେଙ୍ଗାନାର ନାଗକୁରନୂ ଜିଲ୍ଲାରେ ବଡ଼ ଦୁର୍ଘଟଣା । ଶନିବାର ଏଠାରେ ନିର୍ମାଣାଧୀନ ଶ୍ରୀଶୈଲମ ଲେଫ୍ଟ ବ୍ୟାଙ୍କ୍ କେନାଲ (ଏସଏଲବିସି)ର ଏକ ଟେନେଲର କିଛି ଅଂଶ ଭୁଶୁଡ଼ି ପଡ଼ିଛି। ଯାହାର ଭଗ୍ନାବଶେଷ ତଳେ ଫସିଛନ୍ତି ୬ ଶ୍ରମିକ। ସୂଚନା ପାଇ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। 

ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନିର୍ମାଣ କମ୍ପାନିର ଟିମ୍‌ କେନାଲରେ ଚାଲିଥିବା ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିବାକୁ ଯାଇଥିବା ସମୟରେ ହିଁ ଏହି ଦୁର୍ଘଟଣା ଘଟିଛି। ଭଗ୍ନାବଶଷ ତଳେ ୬ରୁ ୮ ଶ୍ରମିକ ଫସିରହିଥିବା ନେଇ କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।

ଦୁର୍ଘଟଣା ପରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଜିଲ୍ଲା କଲେକ୍ଟର ଏବଂ ପୋଲିସ ଅଧୀକ୍ଷକଙ୍କୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜଳସେଚନ ମନ୍ତ୍ରୀ ଉତ୍ତମ କୁମାର ରେଡ୍ଡୀ ତଥା ବିଭାଗର ଅନ୍ୟ ଅଧିକାରୀମାନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଭଗ୍ନାବଶେଷ ତଳେ ପ୍ରକୃତରେ କେତେ ଲୋକ ଫସିଛନ୍ତି ଏବଂ ସେମାନଙ୍କ ସ୍ଥିତି କିଭଳି ରହିଛି ?  ଜାଣିବାକୁ ଚେଷ୍ଟା ଜାରି ରହିଛି। ପ୍ରଶାସନ ଓ ପୋଲିସ ଉଦ୍ଧାର କାର୍ଯ୍ୟକୁ ପ୍ରାଥମିକତା ଦେବା ସହ ଯଥାଶୀଘ୍ର ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଚେଷ୍ଟା କରୁଛନ୍ତି।

ସେପଟେ କେନ୍ଦ୍ର କୋଇଲା ମନ୍ତ୍ରୀ ଜି କିଶାନ ରେଡ୍ଡୀ ମଧ୍ୟ ଦୁର୍ଘଟଣା ଉପରେ ଚିନ୍ତା ପ୍ରକାଶ କରିଛନ୍ତି । ଏହା ସହ ସେ ଅଧିକାରୀଙ୍କୁ ଫସି ରହିଥିବା ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କୁ ଯଥାଶୀଘ୍ର ଚିକିତ୍ସା ଯୋଗାଇଦେବାକୁ ଅପିଲ୍‌ କରିଛନ୍ତି। ତେବେ ଏହି ଘଟଣା ପୁଣିଥରେ ନିର୍ମାଣ କାର୍ଯ୍ୟରେ ଶ୍ରମିକଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଛି।

ad-week
Leave A Reply

Your email address will not be published.