ସୁପାରୀ ଦେଇ ବରକୁ ହତ୍ୟା ଉଦ୍ୟମ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

add-all

ବଲାଙ୍ଗିର: ସୁପାରୀ ଦେଇ ବରକୁ ହତ୍ୟା ଉଦ୍ୟମ ଘଟଣା। ମୁଖ୍ୟ ଅଭିଯୁକ୍ତ ଦେଓଗାଁ ଥାନା ମହଲେଇ ଗାଁର ସୁଶାନ୍ତ ବିଶ୍ବାଳ ଗିରଫ। କଳାହାଣ୍ଡି ଜିଲ୍ଲାର ମୋହନଗିରିରୁ ଗିରଫ କଲା ଦେଓଗାଁ ପୋଲିସ।ପୂର୍ବରୁ ଏହି ଘଟଣାରେ ଜଣେ ନାବାଳକ ସହ ୮ ଜଣ ଗିରଫ ହୋଇଥିଲେ।

ବାବିଜୁରୀ ଗାଁରୁ ବର ହୋଇଥିବା ବ୍ୟକ୍ତିକୁ ହତ୍ୟା ଉଦ୍ୟମ ହୋଇଥିଲା। ଜମିଜମା ବିବାଦକୁ ନେଇ ସୁଶାନ୍ତ ବିଶ୍ବାଳ ସୁପାରୀ ଷଡ଼ଯନ୍ତ୍ର କରିଥିଲା। ସୂଚନାନୁଯାୟୀ, ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଗାଈବାହାଲ ଗାଁକୁ ରବିବାର ରାତିରେ ବାଦୀଜୋରରୁ ବରଯାତ୍ରୀ ଆସିଥିଲେ। ବରକୁ ମାରିବା ପାଇଁ ୧୦ରୁ ଅଧିକ ଯୁବକ ପ୍ଲାନ୍‌ କରି ବରଯାତ୍ରୀଙ୍କ ସହ ସାମିଲ ହୋଇଥିଲେ। ସେମାନଙ୍କ ଗତିବିଧି ଉପରେ ଗାଁ ଲୋକଙ୍କର ସନ୍ଦେହ ହୋଇଥିଲା। ଏହାପରେ ଗାଁଲୋକେ ପୋଲିସକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ପୋଲିସ ତୁରନ୍ତ ପହଞ୍ଚି ଯୁବକମାନଙ୍କୁ କାବୁ କରିଥିଲା। ହେଲେ ଏହାରି ଭିତରେ ୩ ଜଣ ଫେରାର ହୋଇଯାଇଥିବା ବେଳେ ଦେଓଗାଁ ପୋଲିସ ୭ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା। ସେମାନଙ୍କ ପାଖରୁ ଅନେକ ମାରଣାସ୍ତ୍ର ସହ ବନ୍ଧୁକ ଜବତ କରିଥିଲା। ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

ad-week
Leave A Reply

Your email address will not be published.