ଗ୍ରୀଷ୍ମ ପ୍ରବାହ: ୨୮ରୁ ବୃଦ୍ଧି ପାଇବ ରାତି ତାପମାତ୍ରା…

add-all

ଭୁବନେଶ୍ୱର: ବର୍ଷର ୮ ମାସ ଗରମ ପ୍ରକୋପ ଯାଉନି। ଶୀତରେ ଛାଡ଼ୁନି ତାତି। ଆଗକୁ ସ୍ଥିତି ସାଂଘାତିକ ରୂପ ନେବ। ସବୁ ପ୍ରୟାସ ସତ୍ତେ୍ୱ ବିଶ୍ୱର ହାରାହାରି ତାପମାତ୍ରା ଦେଢ଼ ଡିଗ୍ରୀ ବଢ଼ି ସାରିଛି। ପଶ୍ଚିମାଝଡ଼ ପ୍ରଭାବରେ ସପ୍ତା‌ହେ ହେଲା ସାରା ରାଜ୍ୟରେ ଦିନ ତାପମାତ୍ରା ହ୍ରାସ ପାଇଥିଲା। ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେଉ ନଥିଲା। କିନ୍ତୁ ପଶ୍ଚିମାଝଡ଼ ପ୍ରଭାବ ଅପସରି ଯିବାରୁ ଆସନ୍ତା ୨୮ତାରିଖରୁ ରାତି ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ରାଜ୍ୟରେ ଆସନ୍ତା ୨ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ତେବେ ୨୮ରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ବୃଦ୍ଧି ପାଇପାରେ। ବୁଧବାର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୬.୮ ଡିଗ୍ରୀ ରେକର୍ଡ କରାଯାଇ ଥିବାବେଳେ ଝାରସୁଗୁଡା ୩୫.୪, ସମ୍ବଲପୁର ୩୫.୩, ଟିଟିଲାଗଡ ୩୫, ଭୁବନେଶ୍ବର ୩୩ ଏବଂ କଟକରେ ୩୦.୬ ଡିଗ୍ରୀ ରହିଛି। ରାତି ତାପମାତ୍ରା ଘୁ.ଉଦୟଗିରିରେ ୧୨ଡିଗ୍ରୀ ଥିବାବେଳେ ଫୁଲବାଣୀ ୧୪, ଭୁବନେଶ୍ବର ୨୧.୮ ଏବଂ କଟକରେ ୨୦.୩ ଡିଗ୍ରୀ ରହିଛି।

ବୁଧବାର ସକାଳେ ପାରାଦ୍ବୀପରେ ଘନକୁହୁଡି ଅନୁଭୂତ ହୋଇଥିବା ବେଳେ ଗୁରୁବାର ସକାଳେ ଜଗତସିଂହପୁର ଏବଂ ଭଦ୍ରକ ଜିଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ କଟକ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲାର କିଛି ଅଞ୍ଚଳରେ କୁହୁଡି ଅନୁଭୂତ ହେବାର ସମ୍ଭାବନା ରହିଛି।

ad-week
Leave A Reply

Your email address will not be published.