ଆଖଣ୍ଡଳମଣି ପୀଠରେ ଭୋର ୪ଟା ୩୫ରେ ସମୟରେ ଉଠିଲା ମହାଦୀପ

ଭଦ୍ରକ : ଆରଡିର ପ୍ରସିଦ୍ଧ ବାବା ଆଖଣ୍ଡଳମଣି ପୀଠରେ ଭୋର ୪ଟା ୩୫ ମିନିଟ ସମୟରେ ଉଠିଲା ମହାଦୀପ । ମହାଦୀପ ଉଠିବା ବେଳେ ଭକ୍ତଙ୍କ ହରିବୋଲ, ହୁଳହୁଳି, ଘଣ୍ଟଘଣ୍ଟା ଓ କୀର୍ତ୍ତନରେ ପ୍ରକମ୍ପିତ ହୋଇଥିଲା ପରିବେଶ । ମହାଦୀପ ଉଠିବା ପରେ ବ୍ରତ ଭାଙ୍ଗିଥିଲେ ଶ୍ରଦ୍ଧାଳୁ । ମହାଦୀପ ଉଠିବା ପର୍ଯ୍ୟନ୍ତ ଲକ୍ଷାଧିକ ଭକ୍ତ ଉଜାଗର ରହି ବାବାଙ୍କ ପାଖରେ ଦୀପ ଜାଳିଥିଲେ । ଆଖଣ୍ଡଳମଣି ପୀଠରେ ଭୋର ସମୟରେ ମହାଦୀପ ଉଠିବାର ପରମ୍ପରା ରହିଛି । ମହାଶିବରାତ୍ରୀ ଅବସରରେ ବାବା ଆଖଣ୍ଡଳମଣି ଭକ୍ତଙ୍କୁ ଅପୂର୍ବ ସୁନା ବେଶରେ ଦର୍ଶନ ଦେଇଛନ୍ତି ।

nis-ad
Leave A Reply

Your email address will not be published.