ଜାଗର ଯାତ୍ରା ଦେଖି ଫେରିବା ବେଳେ ବ୍ରିଜ ତଳକୁ ଖସିଲା ବାଇକ୍‌; ୨ ମୃତ, ଜଣେ ଗୁରୁତ

add-all

କୋରାପୁଟ: ଜାଗର ଯାତ୍ରା ଦେଖି ଫେରିବା ବେଳେ ଅଘଟଣ। କୋରାପୁଟ ଅନ୍ଧାରୀଘାଟି ତଳକୁ ଖସିପଡିଲା ବାଇକ୍। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ଶିବରାତ୍ରୀ ଥିବାବେଳେ ଦୁଇ ଜଣ ବ୍ୟକ୍ତି ଜାଗର ଯାତ୍ରା ଦେଖିବାକୁ ଚାଟୁଆ ଗାଁକୁ ଯାଇଥିଲେ। ଏତିକି ବେଳେ ଭାରସାମ୍ୟ ହରାଇ ବାଇକଟି କୋରାପୁଟ ଚାଟୁଆ ନିକଟସ୍ଥ ଅନ୍ଧାରିଘାଟ ବ୍ରିଜ୍ ନିକଟରେ ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପାଡୁଆ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ଦୁଇ ଜଣ ପଟାଙ୍ଗି ଅଞ୍ଚଳର ବୋଲି ଜଣାପଡିଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.