ମଦ୍ରାସାରେ ପ୍ରାର୍ଥନା ସମୟରେ ବିସ୍ଫୋରଣ, ୫ ମୃତ

add-all

ପାକିସ୍ତାନର ଏକ ମଦ୍ରାସାରେ ଶୁକ୍ରବାର ପ୍ରାର୍ଥନା ସମୟରେ ବିସ୍ଫୋରଣ ଘଟିଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଖାଇବରପଖତୁନଖ୍ବା ପ୍ରଦେଶର ଅକ୍କୋରା ଖଟ୍ଟକ ଜିଲା ଅନ୍ତର୍ଗତ ଦାରୁଲ ଉଲୁମ ହକ୍କାନିଆ ମଦ୍ରାସାରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପରେ ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ଜିଲା ପୁଲିସ ମୁଖ୍ୟ ଅବଦୁଲ ରଶିଦ କହିଛନ୍ତି।

ଆଇଜି ଜୁଲଫିକର ହମୀଦ କହିଛନ୍ତି ଯେ, ଏହା ଏକ ଆତ୍ମଘାତୀ ଆକ୍ରମଣ ବୋଲି ଜଣାପଡ଼ିଛି। ମଦ୍ରାସାର ମୁଖ୍ୟ ହଲରେ ପ୍ରାର୍ଥନା ଚାଲିଥିବାବେଳେ ଆକ୍ରମଣକାରୀ ଭିତରକୁ ପଶି ଏହି ବିସ୍ଫୋରଣ ଘଟାଇଛନ୍ତି। ତେବେ ମଦ୍ରାସାର ମୌଲାନା ଅବଦୁଲ ହକ୍‌ ହକାନୀଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଛି ବୋଲି ପୁଲିସ କହିଛି।

ad-week
Leave A Reply

Your email address will not be published.