ହେଡ୍ କୋଚ୍ ପଦରୁ ହଟିଲେ ଅଲମ୍ପିଆନ ସ୍ବିମର

add-all

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଥିବା ହାଇ ପରଫର୍ମାନ୍ସ ସନ୍ତରଣ କେନ୍ଦ୍ରର ଅନ୍ତେବାସୀଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ଯାହାର ତଦନ୍ତ ପାଇଁ ଓଡ଼ିଶା ସରକାର ଏକ ତଦନ୍ତ କମିଟି ଗଠନ କରିଛନ୍ତି।

କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ଅଶୋକ କୁମାର ପଣ୍ଡା (ଅତିରିକ୍ତ ସଚିବ), ଅମିତ କୁମାର ନାୟକ (ଉପସଚିବ), ସୋନାଲି ଚାନ୍ଦ (ଓଏସଡି) ଏବଂ ରୂପାନ୍ୱିତା ପଣ୍ଡା (ଅଣ୍ଡର ସେକ୍ରେଟାରୀ)ଙ୍କୁ ନେଇ ଗଠିତ କମିଟିକୁ ଖୁବଶୀଘ୍ର ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଘଟଣାର ତଦନ୍ତ ପାଇଁ ସୋମବାର ବୈଠକ ହୋଇପାରେ। ସୂଚନା ଅନୁଯାୟୀ, ବିଭାଗ ପକ୍ଷରୁ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ସନ୍ଦୀପ ସେଜୱାଲଙ୍କୁ ଜେଏସଡବ୍ଲୁ-ଆଇଆଇଏସ ସନ୍ତରଣ କାର୍ଯ୍ୟକ୍ରମର ହେଡ୍ କୋଚ୍ ପଦରୁ ମଧ୍ୟ ନିଲମ୍ବିତ କରାଯାଇଛି। ତେବେ ଏହି ୩୫ ବର୍ଷୀୟ ସନ୍ତରଣକାରୀ ୨୦୦୮ ବେଜିଂ ଅଲିମ୍ପିକ୍ସରେ ପ୍ରତିନିଧିତ୍ବ କରିଥିବା ବେଳେ ୨୦୧୪ ଏସୀୟ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ।

ad-week
Leave A Reply

Your email address will not be published.