ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ହେବା ଘଟଣା, ପ୍ରତିବାଦ ପରେ ଯୋଡ଼ା ହେଲା

add-all

ମାହାଙ୍ଗା  : କଟକ ଜିଲ୍ଲା ମାହାଙ୍ଗା ଉମରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା। ପ୍ରତିବାଦର ସ୍ୱର ଉଠିବା ପରେ ଯୋଡ଼ା ହେଲା ଭଙ୍ଗା ମୂର୍ତ୍ତି। ପୋଲିସ ଉପସ୍ଥିତିରେ ଯୋଡ଼ାଯାଇଛି ମୂର୍ତ୍ତି । ବିଜୁ ବାବୁଙ୍କ ଜୟନ୍ତୀ ଦିବସ ଅବସରରେ ଭଙ୍ଗା ମୂର୍ତ୍ତିକୁ ଯୋଡ଼ା ଯାଇଛି। ଏବେବି ଭାଙ୍ଗିଥିବା ଦୁର୍ବୃତ୍ତମାନେ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୋଲିସର ଛାନ୍‌ଭିନ୍‌ ଜାରି ରହିଛି। ଅନ୍ଧାର ହୋଇଥିବାରୁ ସିସିଟିଭି ଫୁଟେଜ୍‌ରେ ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯାଇପାରିନାହିଁ।

ଉମର ହନୁମାନ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୁତ୍ତମାନେ ଶରୀରରୁ ମୁଣ୍ଡକୁ ଅଲଗା କରି ନିକଟରେ ଥିବା ଅଳିଆ ଗଦାରେ ପକାଇଥିବାର ଅଭିଯୋଗ କରିଥିଲେ ଗାଁ ଲୋକେ। ଏହାପରେ ଭଦରେଶ୍ଵର ପୋଲିସ ଓ ସାଲେପୁର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ଅଧିକ ତଦନ୍ତ ଜାରି ରଖିଥିଲା। ହେଲେ ବର୍ତ୍ତମାନ ଯାଏଁ କୌଣସି ଅଭିଯୁକ୍ତକୁ ଗିରଫ କରାଯାଇନାହିଁ । ତେବେ ପ୍ରତିମୂର୍ତ୍ତି ଭାଙ୍ଗିବାକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକ । ଯାହାପରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମୁଣ୍ଡ ଯୋଡ଼ା ଯାଇଛି । 

ad-week
Leave A Reply

Your email address will not be published.