ଭାରତୀୟ ଖାଦ୍ୟନିଗମର ଶ୍ରମିକ ଠିକାଦାରଙ୍କ ଘରେ ସିବିଆଇ ଚଢ଼ାଉ

add-all

ଅତାବିରା: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ପରମାଣପୁର ସ୍ଥିତ ଆନ୍ଧ୍ରପଡ଼ାରେ ଜି.ସତ୍ୟନାରାୟଣଙ୍କ ବାସଭବନରେ ସକାଳ ୭ଟାରୁ ସିବିଆଇର ୧୦ ଜଣିଆ ଟିମ୍ ଦୁଇଟି ଗାଡ଼ିରେ ଆସି ଅଚାନକ ଚଢ଼ାଉ କରିଛନ୍ତି। ଜି.ସତ୍ୟନାରାୟଣ ଭାରତୀୟ ଖାଦ୍ୟନିଗମରେ ଶ୍ରମିକ ଠିକାଦାର ଭାବେ କାର୍ଯ୍ୟ କରନ୍ତି। ଶ୍ରମିକମାନଙ୍କର ପାରିଶ୍ରମିକକୁ ଦେଉନଥିବା ନେଇ ପୂର୍ବରୁ ତାଙ୍କ ନାମରେ ଅଭିଯୋଗ ହେଉଥିଲା।

ଭାରତୀୟ ଖାଦ୍ୟନିଗମର ଶ୍ରମିକ ଠିକାଦାରଙ୍କ ଘରେ ସିବିଆଇ ଚଢ଼ାଉ ଜାରି ରହିଛି। ଜି.ସତ୍ୟନାରାୟଣ ଭାରତୀୟ ଖାଦ୍ୟନିଗମରେ ଶ୍ରମିକ ଠିକାଦାର ଭାବେ କାର୍ଯ୍ୟ କରନ୍ତି। ଶ୍ରମିକମାନଙ୍କର ପାରିଶ୍ରମିକକୁ ଦେଉନଥିବା ନେଇ ପୂର୍ବରୁ ତାଙ୍କ ନାମରେ ଅଭିଯୋଗ ହେଉଥିଲା। ଏଥିସହ ଶ୍ରୀ ସତ୍ୟନାରାୟଣଙ୍କ ଗଉରଟିକ୍ରା ସ୍ଥିତ ଧାନ ବିହନ ଉତ୍ପାଦନ କେନ୍ଦ୍ରକୁ ଯାଇ ସିବିଆଇର ଏକ ଟିମ ତନାଘନା କରୁଛି। ତାଙ୍କ ପୁଅ ଜି.ଉମାମହେଶଙ୍କୁ ସିବିଆଇ ଘରୁ ଉଠାଇ ନେଇଛି। ଏବେ ପର୍ଯ୍ୟନ୍ତ ତଦନ୍ତ ପ୍ରକ୍ରିୟା ଜାରି ରହିଛି।

ଏଥିସହ ଶ୍ରୀ ସତ୍ୟନାରାୟଣଙ୍କ ଗଉରଟିକ୍ରା ସ୍ଥିତ ଧାନ ବିହନ ଉତ୍ପାଦନ କେନ୍ଦ୍ରକୁ ଯାଇ ସିବିଆଇର ଏକ ଟିମ ତନାଘନା କରୁଛି। ତାଙ୍କ ପୁଅ ଜି.ଉମାମହେଶଙ୍କୁ ସିବିଆଇ ଘରୁ ଉଠାଇ ନେଇଛି। ଏବେ ପର୍ଯ୍ୟନ୍ତ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ସିବିଆଇ ଅଧିକାରୀଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ଏ ନେଇ ସେ କୌଣସି ସୂଚନା ଦେଇନଥିଲେ।

ad-week
Leave A Reply

Your email address will not be published.