ତଳକୁ ଖସିଲା ଶ୍ରୀମନ୍ଦିର ନୀଳଚକ୍ର ବାନା

ପୁରୀ: ପୁରୀ ଶ୍ରୀମନ୍ଦିରରେ ଅଘଟଣ । ତଳକୁ ଖସିଲା ଶ୍ରୀମନ୍ଦିର ନୀଳଚକ୍ର ବାନା । ଆଜି ବାନା ବାନ୍ଧିବାକୁ ଚୂନରା ସେବାୟତ ନୀଳଚକ୍ର ଉପରକୁ ଯାଉଥିବା ବେଳେ ଅସାବଧାନତା ହେତୁ ନୂଆ ବାନାଗୁଡିକ ଖସିପଡି କାଞ୍ଚି ଗଣେଶ ମନ୍ଦିର ସମ୍ମୁଖ ନୃସିଂହ ମନ୍ଦିର ନିକଟରେ ପଡିଥିଲା ।

ଏହାପରେ ଆଉଜଣେ ଚୂନାରା ସେବାୟତ ତଳେ ପଡ଼ିଥିବା ବାନା ଗୁଡିକ ସେଠାରୁ ନେଇ ନୀଳଚକ୍ର ଉପରକୁ ଚଢିବା ପରେ ପୁରୁଣା ବାନାକୁ ପରିବର୍ତ୍ତନ କରାଯାଇ ନୂଆ ବାନା ଲାଗିଥିଲା । ଏହି ଘଟଣା ପରେ ଏହା କୌଣସି ବିପଦର ସଙ୍କେତ ବୋଲି ଆଶଙ୍କା କରୁଛନ୍ତି ଭକ୍ତ ଓ ବୁଦ୍ଧିଜୀବୀ ।

nis-ad
Leave A Reply

Your email address will not be published.