ନୂଆଦିଲ୍ଲୀ,୭।୩: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ Z ବର୍ଗର ସୁରକ୍ଷା ଜାରି ରହିବ । ସୁରକ୍ଷା ସମୀକ୍ଷା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । କେଜ୍ରିୱାଲଙ୍କୁ Z ବର୍ଗର ସୁରକ୍ଷା ବର୍ତ୍ତମାନ ପାଇଁ ବଜାୟ ରଖାଯାଇଛି । ତଥାପି, ଆଇବି ଏବଂ ଦିଲ୍ଲୀ ପୋଲିସ ଦ୍ୱାରା ବିପଦ ଆଶଙ୍କା ପରେ ଏ ବିଷୟରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।
ଦିଲ୍ଲୀ ର୍ନିବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ପରାଜୟର ଗୋଟିଏ ମାସ ପରେ ଦିଲ୍ଲୀ ପୋଲିସ ସୁରକ୍ଷା ସମ୍ପର୍କିତ ଏହି ପ୍ରଶ୍ନ ପଚାରିଥିଲା । କେଜରିୱାଲଙ୍କ ପାଖରେ ବର୍ତ୍ତମାନ Z ପ୍ଲସ ସୁରକ୍ଷା ରହିଛି । ଦିଲ୍ଲୀ ପୋଲିସ ଜାଣିବାକୁ ଚାହୁଁଛି ଯେ ଏତେ ସୁରକ୍ଷା ଆବଶ୍ୟକ କି? ସୁରକ୍ଷା ହ୍ରାସ କରାଯାଇପାରିବ କି? ତଥାପି, ଏ ବିଷୟରେ ନିଷ୍ପତ୍ତି ଗୃହ ମନ୍ତ୍ରଣାଳୟ ନେବାର ଥିଲା । ପୋଲିସ ଦ୍ୱାରା MHA କୁ ଲେଖାଯାଇଥିବା ଚିଠିର ଉତ୍ତର ମିଳିଛି । ‘Z ବର୍ଗ’ ସୁରକ୍ଷା କ୍ଷେତ୍ରକୁ ଏକ ବହୁତ ଦୃଢ଼ ସୁରକ୍ଷା ବ୍ୟବସ୍ଥା ଭାବରେ ବିବେଚନା କରାଯାଏ । ଏଥିରେ ଅନେକ ସୁରକ୍ଷା କର୍ମୀ ସାମିଲ ଅଛନ୍ତି । ଏହି ସୁରକ୍ଷା ସେମାନଙ୍କୁ ଦିଆଯାଏ ଯେଉଁମାନେ ଅଧିକ ବିପଦରେ ଥାଆନ୍ତି ।
ନିକଟରେ, ଯେତେବେଳେ କେଜ୍ରିୱାଲ ପଞ୍ଜାବରେ ପହଞ୍ଚିଥିଲେ, ଲୋକମାନେ ତାଙ୍କ ସୁରକ୍ଷାକୁ ନେଇ ତାଙ୍କୁ ଉପହାସ କରିଥିଲେ । ରାଜ୍ୟ ସଭା ସଦସ୍ୟ ସୱାତୀ ମାଲିୱାଲ ମଧ୍ୟ କେଜ୍ରିୱାଲଙ୍କ ସୁରକ୍ଷା ଉପରେ କଟାକ୍ଷ କରିଛନ୍ତି । ତାଙ୍କ ସୁରକ୍ଷାକୁ ନେଇ ଦିଲ୍ଲୀ ଭାଜପା ମଧ୍ୟ ତାଙ୍କୁ ଟାର୍ଗେଟ କରିଥିଲା ।
