ଢାବାରେ ମଟନ ସହ ଗୋ ମାଂସ ବିକ୍ରି ହେବା ଅଭିଯୋଗ, ଢ଼ାବାକୁ ସିଲ କଲା ଜିଲ୍ଲା ପ୍ରଶାସନ

add-all

ପୁରୀ : ପୁରୀରେ ଗୋ ମାଂସ ଚାଲାଣ ଭିଡିଓ ଭାଇରାଲ୍ ପ୍ରସଙ୍ଗରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରତିକ୍ରିୟା ଦେଇଛନ୍ତି । ଭୁବନେଶ୍ୱର -ପୁରୀ NH -216 ସାକ୍ଷୀଗୋପାଳ ନିକଟସ୍ଥ ଜୟା ଢ଼ାବାରେ ମଟନ ସହ ଗୋ ମାଂସ ବିକ୍ରି ହେବା ଅଭିଯୋଗ ପରେ ପୋଲିସର ତନାଘନା ଜାରି । ଢ଼ାବାକୁ ସିଲ କରିଛି ଜିଲ୍ଲା  ପ୍ରଶାସନ ।

ଏହା ଏକ ସମ୍ବେଦନଶୀଳ ଓ ଧାର୍ମିକ ପ୍ରସଙ୍ଗ ହୋଇଥିବାରୁ ଏହାକୁ ଗୁରୁତର ସହ ନେଇଛି ଜିଲ୍ଲା ଓ ପୋଲିସ ପ୍ରଶାସନ। ଏନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି। ସହରରେ ଥିବା ବିଭିନ୍ନ ହୋଟେଲିୟର ମାନଙ୍କୁ ଏନେଇ ସଚେତନତା କରାଯିବ। ଗୋ ଚାଲାଣ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ।

ad-week
Leave A Reply

Your email address will not be published.