ଭୁବନେଶ୍ୱର: ବିଜେପିର ଅଭିଯୋଗ ପରେ ଚେତିଲା ବିଜେଡି । ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି । ସୂଚନା ଦେଲେ ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ବିଜୁ ବାବୁଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ ହେବା ନେଇ ଯୋଜନା ରହିଥିବା କହିଲେ । ବିଜୁ ଜୟନ୍ତୀରେ ଏହାକୁ ପ୍ରସଙ୍ଗ କରିଥିଲା ବିଜେପି ।
ସୂଚନାଯୋଗ୍ୟ, ଗତକାଲି (ଶୁକ୍ରବାର) ଗୃହ ବାହାରେ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ହଙ୍ଗାମାକୁ ନେଇ ମୁହଁ ଖୋଲିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ରବି ନାୟକ କହିଥିଲେ ଯେ, ବିଜୁ ବାବୁଙ୍କୁ ସମ୍ମାନ କଥା ନେଇ ବହୁ ରାଜନୀତି ଚାଲିଛି ହେଲେ ବିଜେଡ଼ି ଦଳୀୟ କାର୍ଯ୍ୟାଳୟରେ ଖୋଦ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଟିଏ ନାହିଁ । ଏଥିରୁ ସ୍ପଷ୍ଟ ହେଉଛି ଯେ, ସେମାନେ କେତେ ବିଜୁ ବାବୁଙ୍କୁ ସମ୍ମାନ ଦେଉଛନ୍ତି ।
ବିଜୁଙ୍କୁ ନେଇ ବିଜେଡି ରାଜନୀତି କରୁଛି । ହେଲେ ଆମ ସରକାର ତାଙ୍କୁ ଆଗଧାଡିରେ ରଖିଛି । ବିଜେଡି ପାଦ ତଳୁ ମାଟି ଖସିଗଲାଣି । ପରିଚୟ ସଙ୍କଟ ଦେଖାଦେଲାଣି । ବିଜୁ ବାବୁଙ୍କୁ ପେଟେଣ୍ଟ କରିବାକୁ ଚାହୁଁଛି ବିଜେଡି । ବିଜୁ ବାବୁ ଓଡିଶାର ଗର୍ବ ଓ ଗୌରବ, ବିଜେଡିର ନୁହେଁ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଥିଲେ ।
